ରେଲଓ୍ୱେ ଷ୍ଟେସନରେ ଥିବା ଫୁଟ୍‌ ଓବରବ୍ରିଜକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌

ବାଲେଶ୍ଵର: ବାଲେଶ୍ୱର ସୋର ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ । ଡାଉନଲାଇନରେ ଟ୍ରେନ୍ ଚଳାଚଳ ବାତିଲ ହୋଇଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ଫୁଟ୍ ଓଭରବ୍ରିଜ୍, ସିଗନାଲ ମରାମତି ସିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରୁ ହିଁ ଆରମ୍ଭ ହୋଇଗଲାଣି ବ୍ରିଜ୍ ମରାମତି କାମ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ  ଧାମରାରୁ ହଳଦିଆ ଯାଉଥିବା ମାଲବାହୀ ଟ୍ରେନ୍ ଧକାରେ ଷ୍ଟେସନରେ ଥିବା ଫୁଟ ବ୍ରିଜ ଭାଙ୍ଗିଯାଇଥିଲା । ବ୍ରିଜଟି ବିପଦ ଶଙ୍କୁଳ ଅବସ୍ଥାରେ ଟ୍ରେନ ଲାଇନରେ ଝୁଲୁଥିଲା । ଏହା ପରେ ଟ୍ରେନଟି ବାଲେଶ୍ୱର ଦିଗର ସିଗନାଲ ଭାଙ୍ଗି ମୂଳିସିଂ ଗେଟ ନିକଟରେ ଅଟକିଛି ।

ଦକ୍ଷିଣ ପୂର୍ବ ଖଡଗପୁର ଦିଗକୁ ସମସ୍ତ ଟ୍ରେନ ବାତିଲ କରାଯାଇଛି । ସୁଚନା ଅନୁସାରେ ଧାମରାରୁ ଏନ୍ ଟି ଏସ ଡାଉନ ଟ୍ରେନ କୋଇଲା ଲୋଡ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜକୁ ଧକା ଦେଇ ଡାଉନ ଲାଇନରେ ଥିବା କିଛି ସିଗ୍ନାଲ୍ ଖୁଣ୍ଟକୁ ଭାଙ୍ଗି ଦେଇଥିଲା । ମୃତାହତ ନେଇ ସୂଚନା ନଥିବା ବେଳେ କ୍ଷୟକ୍ଷତିର ଆକଳନ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇନି ।

Leave a Reply