ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

1 min read

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତ ବ୍ୟକ୍ତିଙ୍କ ନାଁରେ କଟିଲା ଚାଲାଣ । ତମାଣ୍ଡ ଗାଁର ମୃତ ସୁଦାମ ପ୍ରଧାନଙ୍କ ନାଁରେ ଚାଲାଣ କାଟିଛି ପୋଲିସ । ଆଉ ଏହି ଚାଲାଣ କଟାଯିବା ନେଇ ମୃତ୍ୟ ବ୍ୟକ୍ତିଙ୍କ ପୁଅ ନିକଟକୁ ମେସେଜ୍ ଆସିଛି । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ପୁଅ । ଚାଲାଣ କଟାଯାଇଥିବା OD-02-5725 ନମ୍ୱର ବିଶିଷ୍ଟ ଗାଡ଼ିଟି ଗତ ୧ ବର୍ଷ ହେବ ଭଙ୍ଗା ଦଦରା ଅବସ୍ଥାରେ ଘରେ ପଡ଼ିରହିଛି ବୋଲି ପୁଅ କହିଛନ୍ତି । ତେବେ ସମାନ ନମ୍ୱର ଥିବା ଗାଡ଼ିଟି ହେଉଛି ହୋଣ୍ଡା ୟୁନିକର୍ଣ୍ଣ । ଯେଉଁଥରେ ଯୁବକ-ଯୁବତୀ ଯାଉଥିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିିଥିଲେ । ଯେଉଁଥିଲାଗି ଚାଲାଣ କଟାଯାଇଥିବା ଜଣାପଡ଼ିଛି । ତେବେ ସେହି ଗାଡ଼ିର ମଧ୍ୟ ସମାନ ନମ୍ୱର ଥିବା ବେଳେ ସେମାନେ ନକଲି ନମ୍ୱର ପ୍ଳେଟ୍ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି । ଏହାପରେ ଉକ୍ତ ନକଲି ନମ୍ୱର ପ୍ଳେଟ୍ ଧାରୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନଙ୍କ ଠାରୁ ଫାଇନ୍ ଆଦାୟ ହେଉ ବୋଲି ମୃତବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦୂତୀଙ୍କୁ ନେଇ ମିଥ୍ୟା ଖବର ପ୍ରସାରଣ ମାମଲା: ରିମାଣ୍ଡରେ ଗଲେ ସୁଧାଂଶୁ ଓ ସ୍ମୃତି ରଞ୍ଜନ

Leave a Reply