ଦିଶା ରବିଙ୍କ ଗିରଫ ଘଟଣା; ପ୍ରେସମିଟରେ ପର୍ଦ୍ଦାଫାସ କଲା ଦିଲ୍ଲୀ ପୋଲିସ

1 min read

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରୁ ପରିବେଶବିତ୍ ଦିଶା ରବିଙ୍କ ଗିରଫ ଘଟଣାକୁ ନେଇ ଦିଲ୍ଲୀ ପୋଲିସର ସାମ୍ବାଦିକ ସମ୍ମିଳନୀ । ଦେଶକୁ ବଦନାମ କରିବାକୁ ପ୍ରସ୍ତୁତ ହୋଇଥିଲା ବିଦ୍ଧିବଦ୍ଧ ଯୋଜନା । ଜାନୁୟାରୀ ୨୬ ପୂର୍ବରୁ ଜୁମ୍ ମିଟିଂରେ ପ୍ରସ୍ତୁତ ହୋଇଥିଲା ଟୁଲକିଟ୍ । ଦିଶା ରବି ଓ ତାଙ୍କର କେତେଜଣ ସହଯୋଗୀଙ୍କ ସହ ପ୍ରାୟ ୫୦ରୁ ୬୦ ଜଣ ଏହି ଭର୍ଚୁଆଲ ମିଟିଂରେ ସାମିଲ ହୋଇଥିଲେ ବୋଲି କହିଛି ଦିଲ୍ଲୀ ପୋଲିସ । ଚାଷୀ ଆନ୍ଦୋଳନ ବଢ଼ାଇବାକୁ ଜାନୁୟାରୀରେ ଏହି ଟୁଲକିଟ୍ ତିଆରି ହୋଇଥିଲା । ଏହାସହ ବିଦେଶରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

୨୬ ଜାନୁୟାରୀ ପୂର୍ବରୁ ଟୁଇଟରରେ ହାସଟ୍ୟାଗ୍ ଷ୍ଟର୍ମ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ଦିଲ୍ଲୀ ପୋଲିସ ପାଖରେ ଖବର ଥିବା ସାଇବର ସେଲର ଜଏଣ୍ଟ କମିଶନର ପ୍ରେମ୍ ନାଥ ସୂଚନା ଦେଇଛନ୍ତି । ଦିଶା ହ୍ବାଟ୍ସଆପ୍‌ ଗ୍ରୁପରେ ଏହି ଟୁଲ୍‌କିଟ୍ ସେୟାର କରିଥିଲେ । ପରବର୍ତ୍ତୀ ସମୟରେ ସେ ଗ୍ରୁପ୍‌ ଡିଲିଟ କରିଦେଇଥିଲେ । ମେସେଜିଂ ଆପ୍‌ ଟେଲିଗ୍ରାମ୍‌ ଯୋଗେ ଗ୍ରେଟା ଥନବର୍ଗଙ୍କ ପାଖକୁ ଏହି ଟୁଲ୍‌କିଟ୍‌ ପଠାଇଥିଲେ ଦିଶା । ଏହାଛଡ଼ା ଏ ନେଇ ଗୁଗୁଲକୁ ପଚରା ଯାଇଥିବା ପ୍ରଶ୍ନଗୁଡ଼ିକରୁ କେତେକର ଉତ୍ତର ମଧ୍ୟ ମିଳିସାରିଛି ବୋଲି ଜଏଣ୍ଟ କମିଶନର ପ୍ରେମ୍‌ ନାଥ ସୂଚନା ଦେଇଛନ୍ତି ।

ସେପଟେ ଦିଶାଙ୍କ ଗିରଫ ନେଇ ସରଗରମ ହୋଇଛି ରାଜନୀତି । ଘଟଣାରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଚାଷୀ ଆନ୍ଦୋଳନକୁ ନେଇ ସ୍ବିଡେନ୍‌ର ପରିବେଶବିତ୍ ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟ୍ ମାମଲାରେ ଗିରଫ ହୋଇଛନ୍ତି ବେଙ୍ଗାଲୁରୁର ଦିଶା । ଗିରଫ ପରେ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛି ସ୍ପେଶାଲ ସେଲ୍ । ଦିଶା ବାଙ୍ଗାଲୁରୁର ଏକ ଘରୋଇ କଲେଜରେ MBA କରିଥିବା ବେଳେ ‘FRIDAY FOR FUTURE INDIA’ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ଦିଶାଙ୍କୁ ଗିରଫ କରିବା ପରେ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିଛି ପୋଲିସ ।

Leave a Reply