ଟୋକିଓ ପାରାଅଲମ୍ପିକରେ ଭାରତକୁ ମିଳିଲା ଆଉ ୨ଟି ପଦକ
1 min readଟୋକିଓ: ଟୋକିଓ ପାରାଅଲମ୍ପିକରେ ଭାରତକୁ ଆଉ ୨ଟି ପଦକ ମିଳିଛି । ପାରା ଆଥଲେଟ ନିଷାଦ କୁମାର ରବିବାର ପୁରୁଷ ହାଇଜମ୍ପ ମୁକାବିଲାରେ ରୌପ୍ୟ ପଦକ ପାଇଛନ୍ତି । ସେହିଭଳି ମେନ୍ସ ଡିସକସ ଥ୍ରୋରେ ବିନୋଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି । ନିଷାଦ ପ୍ରଥମ ପ୍ରୟାସରେ ୨.୦୨ ମିଟର ଓ ଦ୍ୱିତୀୟ ପ୍ରୟାସରେ ୨.୦୬ ମିଟର ଜମ୍ପ ମାରିଥିଲେ ।
????
The leap that earned Nishad Kumar that glorious #Silver! ?
Watch how he earned #IND's second silver medal of the day ?#Tokyo2020 #Paralympics #ParaAthleticspic.twitter.com/nYDBefYGXz
— Olympic Khel (@OlympicKhel) August 29, 2021
ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ଆମେରିକାର ରଡେରିକ୍ ଟାଉନସେଣ୍ଡ ଜିତିଛନ୍ତି । ନିଷାଦ ରୌପ୍ୟ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ପାରାଅଲମ୍ପିକରେ ପ୍ରଥମ ପଦକ ଟେବୁଲ ଟେନିସରେ ଭାବିନାବେନ ପଟେଲ ଆଣିଥିଲେ । ତାଙ୍କୁ ରୌପ୍ୟ ପଦକ ମିଳିଥିଲା ।
ହାଇଜମ୍ପରେ ରୌପ୍ୟ ଜିତିଥିବା ନିଷାଦ ହିମାଚଳ ପ୍ରଦେଶର । ପାରାଅଲମ୍ପିକ ପୂର୍ବରୁ ନିଷାଦ ଦୀର୍ଘଦିନ ଧରି ବେଙ୍ଗଳୁରୁ କୋଚିଂ କ୍ୟାମ୍ପରେ ଅଭ୍ୟାସ କରୁଥିଲେ । ନିଷାଦଙ୍କ ବିଜୟ ପାଇଁ ତାଙ୍କ ଗାଁରେ ଲଗାତାର ପୂଜାର୍ଚ୍ଚନା କରାଯାଉଥିଲା । ଏବେ ଗାଁରେ ଖୁସିର ମାହୋଲ ଖେଳି ଯାଇଛି ।
Vinod Kumar – Remember the name ?
It's a #Bronze for #IND as his best throw of 19.91m in the Men's Discus Throw F52 final earns the nation their THIRD medal of the day.
P.S – He also set a new Asian record! ?#Tokyo2020 #Paralympics #ParaAthletics pic.twitter.com/jv92vZgBDQ
— Olympic Khel (@OlympicKhel) August 29, 2021
ମେନ୍ସ ଡିସକସ ଥ୍ରୋ ଫାଇନାଲରେ ବିନୋଦ କୁମାର ୧୯.୯୧ ମିଟର ଥ୍ରୋ କରିଛନ୍ତି । ଏଥିସହ ଇଣ୍ଡିଆ ଟୋକିଓ ପାରଅଲମ୍ପିକରେ ତୃତୀୟ ପଦକ ହାତେଇଛି ।