Tokyo Olympics 2020 : ବ୍ରୋଞ୍ଚ ଲଢ଼େଇରେ ୪-୩ ଗୋଲରେ ଭାରତ ପରାସ୍ତ

1 min read

ଟୋକିଓ: ହାତ ଛଡ଼ା ହେଲା ଆଉ ଏକ ପଦକ । କଡ଼ା ମୁକାବିଲା ସତ୍ତ୍ୱେ ପରାଜିତ ହେଲା ଭାରତୀୟ ମହିଳା ହକି ଦଳ । ଗ୍ରେଟ୍ ବ୍ରିଟେନ ବିପକ୍ଷ ମ୍ୟାଚ୍‌ରେ ୪-୩ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରଜୁତ କୌର ଲଗାତାର ୨ଟି ଗୋଲ ସ୍କୋ କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚ୍‌ରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚ୍‌ରେ ଆଗୁଆ ରହିଥିଲା । ଏବଂ ଶେଷ ପର୍ଯ୍ୟନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ ବ୍ରିଟେନ୍ ।

Leave a Reply