ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ

Thunderstorm Rain Impact Heat Wave Odisha

ଭୁବନେଶ୍ୱର: ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ । ବିଜୁଳି ଓ ଘଡଘଡି ସହ ବର୍ଷା ପବନ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷକରି, ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଜୁଳି ଓ ଘଡଘଡି ସହ ବର୍ଷା ଓ ପବନ ହୋଇପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ୧୭ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ, ମାଲକାନଗିରି, କୋରାପୁଟ, ଗଜପତି, ନୂଆପଡା, ରାୟଗଡା, ନବରଙ୍ଗପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଯାଜପୁର ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ଜନିତ ବର୍ଷା ପବନ ଜାରି ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।

Leave a Reply