spot_img

Latest Posts

କିଛି ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ରାତିରେ ଭୀଷଣ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି, ବଦଳିଛି ପାଣିପାଗ। ଉତ୍ତର ଉପକୂଳ ବାସୀଙ୍କୁ ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି। ଗତକାଲି ପରି ଆଜି ମଧ୍ୟ ଭୁବନେଶ୍ବର, ଅନୁଗୁଳ ସମେତ ଅନ୍ୟାନ୍ୟ ସହରର ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।  ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡି ଦେଖା ଦେଇଛି। ଆସନ୍ତା ୪ଦିନ ରାଜ୍ୟରେ ଶୁଖିଲା ପାଗ ରହିବ। ମୟୁରଭଞ୍ଜ, ଭଦ୍ରକ,ଏବଂ କଟକ, ଖୋର୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଆଦି କେତେକ ଜିଲ୍ଲାରେ କୁହୁଡି ଦେଖାଦେଇଛି । କେତେକ ଅଞ୍ଚଳରେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ଗତକାଲି ଭୁବନେଶ୍ବରେ ତାପମାତ୍ରା 37 ଡିଗ୍ରୀ ରହିଥିବା ବେଳେ ଆଜି ସମାନ ରହିବ ବୋଲି ପୂର୍ବାନୁମାନ କରାଯାଉଛି । କେତେକ ସ୍ଥୃାନରେ ଘଡଘଡି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

Latest Posts

Don't Miss