ଏହି ରାଶିର ଲୋକଙ୍କର ହୋଇପାରେ ଆର୍ଥିକ ସମସ୍ୟା, ଜାଣନ୍ତୁ
1 min read୨୭ ଜୁଲାଇ, ୨୦୨୦, ଶ୍ରାବଣ ସୋମବାର
୧୪୨୭ ସାଲ, ୧୯୪୨ସକାଦ୍ଦଃ, ୨୦୭୬ ସମ୍ବତ
ଶ୍ରାବଣ ମାସର ୫ ଦିନ, କର୍କଟ ୧୨ ଦିନ ମିଥୁନ ରାଶିର ଘାତବାର
ଯୋଗିନୀ ବାୟବ୍ୟ କୋଣରେ ସକାଳ ୭ ଟା ୧୩ ପରେ ରହିବେ
ବ୍ୟୟବ୍ୟ ଓ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ
ତୁଳା ରାଶିରେ ଚନ୍ଦ୍ର ରହିବେ
ଚିତ୍ରା ନକ୍ଷତ୍ର
ଶୁଭ ସମୟ ଦିନ ୧୦ ଟା ୩୫ ରୁ ଦିନ ୧ ଟା ୧୧ ମଧ୍ୟରେ
ଅଶୁଭ ସମୟ ସକାଳ ୭ ଟା ରୁ ସକାଳ ୮ ଟା ୩୭ ମଧ୍ୟରେ
ଆଜି ନଡ଼ିଆ ଖାଇବେ ନାହିଁ
ମେଷ ରାଶି
ଅଶ୍ୱିନୀ- ପାରିବାରିକ ସମସ୍ୟା ଦୂର ହୋଇପାରେ ।
ଦ୍ଵିଜା- ବ୍ୟବସାୟରେ ଆଜି କିଛି ଲାଭ ପାଇବେ ।
କୃତିକା- ମାଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଟିକେ ଯତ୍ନ ନେବେ ।
ଘରେ ଉତ୍ତରାକାଣ୍ଡ ପାଠ କରନ୍ତୁ ।
ବୃଷ ରାଶି
କୃତ୍ତିକା- ଭାଇଙ୍କ ସହ କିଛି ବିବାଦୀୟ ଘଟଣା କୁ ନେଇ ଝଗଡା ହୋଇପାରେ । ଶାନ୍ତ ମନରେ ସବୁ କିଛି କରନ୍ତୁ ।
ରୋହିଣୀ- ଆପଣଙ୍କ କାମ ସବୁ ଅନ୍ୟ ମାଧ୍ୟମରେ ସହଜରେ ହୋଇଯିବ ।
ମୃଗସିରା- ହଟାତ ଶରୀର ଖରାପ ହୋଇପାରେ । ଦେଖି ଚାହିଁ ଚଲନ୍ତୁ ।
ମହାମୃତୁଞ୍ଜୟ ପାଠ ୯ ଥର ପାଠ କରନ୍ତୁ
ମିଥୁନ ରାଶି
ମୃଗସିରା- ପୁରାତନ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । ମନ ଖୁସି ରହିବ ।
ଆର୍ଦ୍ରା- ନିଜ ପସନ୍ଦର ଖାଦ୍ୟ ମିଳିବ । ଯାହାକୁ ନେଇ ଖୁସି ରହିବେ ।
ପୁନର୍ବାସୁ- ପ୍ରେମ କୁ ନେଇ ଖୁସି ରହିବେ । ଆଗକୁ ବଢ଼ିବାରେ କିଛି ଯୋଜନା କରିପାରନ୍ତି
ପାରାଙ୍କୁ କିଛି ଚଣା ଖାଇବାକୁ ଦିଅନ୍ତୁ
କର୍କଟ ରାଶି
ପୁନର୍ବାସୁ- ମାଆଙ୍କ ଠାରୁ କିଛି ଉପହାର ଓ ଆଶୀର୍ବାଦ ମିଳିପାରେ ।
ପୁଷ୍ୟା- ନିଜ କର୍ମକୁ ନେଇ ସଫଳତା ପାଇପାରନ୍ତି ।
ଅଶ୍ଳେଶା- ଵଟବୃକ୍ଷକୁ ୩ ଥର ପରିକ୍ରମା କରନ୍ତୁ ।
ସିଂହ ରାଶି
ମଘା- ସରକାରୀ କାମରେ ଯଦି ଅଛନ୍ତି ତେବେ ପଦୋନ୍ନତି ପାଇବେ ।
ପୂର୍ବାଫାଲଗୁନି- ଛାତ୍ରଛାତ୍ରୀ ମାନଙ୍କ ଲାଗି ଦିନଟି ବହୁତ ଭଲ ରହିବ ।
ଉତ୍ତରାଫାଲଗୁନି – ଭାଇଭଉଣୀଙ୍କ ଲାଗି ଅନେକ ସାହାଯ୍ୟ କାମ କରିବେ ।
କନ୍ୟା ରାଶି
ଉତ୍ତରାଫାଲଗୁନି- ଅପ୍ରିୟଙ୍କୁ ସତ କଥା କୁହନ୍ତୁ ନାହିଁ, ସମସ୍ୟାରେ ପଡିପାରନ୍ତି ।
ହସ୍ତା – ନିଜର ସୁନ୍ଦର କଥା ଓ ଗୀତ ଦ୍ୱାରା ଅନ୍ୟକୁ ଖୁସି ରଖିବେ ।
ଚିତ୍ରା- ଯଦି ଚିତ୍ର କଳା ରହିଥିବ ତେବେ ସେଥିରେ ସଫଳତା ନିଶ୍ଚୟ ପାଇବେ ।
ତୁଳା ରାଶି
ଚିତ୍ରା- ନିଜ ପସନ୍ଦର କାମ ପାଇପାରନ୍ତି ।
ସ୍ୱାତି- ଆଜି କୌଣସି ଗାଡି ନେଇ ବାହାରକୁ ଯାଆନ୍ତୁ ନାହିଁ, ଦୁର୍ଘଟଣାର ଯୋଗ ରହିଛି ।
ମନ୍ଦିରରେ ଅକ୍ଷତ ଦାନ କରନ୍ତୁ ।
ବିଛା ରାଶି
ବିଶାଖା- ପିତୃ ସମାନ ବ୍ୟକ୍ତିଙ୍କ ସହ ସମ୍ପର୍କ ଭାଙ୍ଗିଯିବ ।
ଅନୁରାଧା- ଦୂରଯାତ୍ରା କରନ୍ତୁ ନାହିଁ, କଷ୍ଟ ରହିଛି ।
ଜ୍ୟୋଷ୍ଠଆ- କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ହଜିଯାଇପରେ, ସତର୍କ ରୁହନ୍ତୁ ।
ଛୋଟ ପିଲାଙ୍କୁ ଚକଲଟେ ଦିଅନ୍ତୁ ।
ଧନୁ ରାଶି
ମୂଳା- ଅର୍ଥକୁ ନେଇ ସମସ୍ୟା ବଢ଼ିପାରେ । ଧର୍ଯ୍ୟ ରଖିବେ ।
ପୂର୍ବାଷାଢା- ଥଣ୍ଡା ସମସ୍ୟା ଲାଗିରହିବ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଉତ୍ତରଷାଢ- ଧନ କିଛି ପ୍ରାପ୍ତିହୋଇପାରେ, ଉପହାର ବି ପାଇବେ ।
ହଳଦୀ ଟୀକା ମଥାରେ ମାରି ଘରୁ ବାହାରିବେ ।
ମକର ରାଶି
ଉତ୍ତରଷାଢ- ନୂଆ କାମ କିମ୍ବା ବ୍ୟବସାୟ ଆରମ୍ଭ କରନ୍ତୁ ଆଜି ଦିନରେ, ଶୁଭ ରହିବ ।
ଶ୍ରବଣଆ- ଉଚ୍ଚପଦସ୍ଥ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ ।
ଧନିଷ୍ଠା- ନିଜ ପସନ୍ଦର କାମକୁ ନେଇ ଖୁସି ରହିବେ । କାମକୁ ନେଇ ଦିନସାରା ବ୍ୟସ୍ତ ରହିବେ ।
ତ୍ରିଶାଖା ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ନିଜ ଭାଗ୍ୟ ନିଜ ହାତ ମୁଠାରେ, ଯାହାବି କରିବେ ସଫଳତା ପାଇବେ ।
ସତ ଭିଶା – ଗୁପ୍ତଶତ୍ରୁଙ୍କ ଦ୍ୱାରା ଭାଗ୍ୟ ରେ ପରିବର୍ତ୍ତନ ହେବ ।
ପୂର୍ବଭାଦ୍ର- ପରିଶ୍ରମ କରି ଚାଲନ୍ତୁ, ସଫଳତା ନିଶ୍ଚୟ ପାଇବେ ।
ମିଠା ଲଡୁ ଶ୍ରୀଗଣେଶଙ୍କୁ ଅର୍ପଣ କରନ୍ତୁ ।
ମୀନ ରାଶି
ପୂର୍ବଭାଦ୍ର- ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଚିନ୍ତାରେ ପଡିବେ ।
ଉତ୍ତରଭାଦ୍ର- ସନ୍ତାନ ମାନଙ୍କ ଚିନ୍ତା ଓ ନିଜ ଶରୀର ଅସୁସ୍ଥତା କୁ ନେଇ ମନରେ ଅଶାନ୍ତି ରହିବ ।
ରେବତୀ- ନିଜ ପିଲାଙ୍କର କଟୁକଥାକୁ ନେଇ ଦିନସାରା ଅତି ଚିନ୍ତାରେ ରହିବେ ।
ଓଁ ନମଃ ଶିବାୟ ୧୦୮ ଥର ଜପ କରନ୍ତୁ ।