ଆଜି ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି

ନୂଆଦିଲ୍ଲୀ: ହିଜାବ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ହିଜାବ କଟକଣା ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ହେବ । ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ବେଞ୍ଚ ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ପ୍ରଥମ କାର୍ଯ୍ୟ ଦିବସ ହୋଇଥିବା ବେଳେ ଏହି ମାମଲା ଉପରେ ହିଜାବ ସପକ୍ଷବାଦୀଙ୍କ ନଜର ରହିଛି ।

ପୂର୍ବରୁ ଏନଭି ରମଣାଙ୍କ ଅନେକ ସମୟରେ ହିଜାବ ମାମଲା ଶୁଣାଣି ପାଇଁ ଆବେଦନ ହୋଇଥିବା ବେଳେ ଏହା ଲିଷ୍ଟିଂ ହୋଇପାରୁନଥିଲା । ଗତ ଜାନୁଆରୀରେ କର୍ଣ୍ଣାଟକରେ ହିଜାବ ବିବାଦ ଆରମ୍ଭ ହୋଇଥିଲା । ଉଡୁପିରେ ଥିବା ଏକ ସରକାରୀ କଲେଜରେ କିଛି ଛାତ୍ରୀଙ୍କୁ ହିଜାବ ପିନ୍ଧି ଶ୍ରେଣୀରେ ବସିବାକୁ ବାରଣ କରାଯାଇଥିଲା । ପରେ ଏହି ମାମଲା କର୍ଣ୍ଣାଟକ ହାଇକୋର୍ଟରେ ପହଞ୍ଚିଥିଲା । ଶୁଣାଣି ପରେ ହାଇକୋର୍ଟ ହିଜାବ ଇସଲାମର ଏକ ଅଂଶ ନୁହେଁ ବୋଲି ଦର୍ଶାଇ ଶିକ୍ଷାନୁଷ୍ଠାନରେ ଏହା ଉପରେ କଟକଣାକୁ କାଏମ ରଖିଥିଲେ । ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।