spot_img

Latest Posts

ଆଜି ପ୍ରୟାଗରାଜ କୁମ୍ଭ ମେଳାର ଚତୁର୍ଥ ଦିନ; ବୁଡ଼ ପକାଇବେ କୋଟି କୋଟି ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରୟାଗରାଜ କୁମ୍ଭ ମେଳାର ଚତୁର୍ଥ ଦିନ। ଆଜି ବି ବୁଡ଼ ପକାଇବେ କୋଟି କୋଟି ଶ୍ରଦ୍ଧାଳୁ। ଆସନ୍ତା ଫେବୃଆରୀ ୨୬ ଯାଏ ଚାଲିବ କୁମ୍ଭ ମେଳା। ଏହି ସମୟ ମଧ୍ୟରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। ଶାନ୍ତି ଶୃଙ୍ଖଳା ଓ ଭକ୍ତଙ୍କ ସୁରକ୍ଷାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ୬୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଏଥିରେ ଅଛନ୍ତି ୩୭ ହଜାର ପୋଲିସ ର୍କମଚାରୀ, ୧୦ ହଜାର ବରିଷ୍ଠ ଅଧିକାରୀ, ୧୪ ହଜାର ହୋମଗାର୍ଡ। ସେହିଭଳି ୩ ହଜାର ମହିଳା ପୋଲିସ କର୍ମଚାରୀ, ୨୫୦ ଜଣ ମହିଳା ପୋଲିସ ଅଧିକାରୀ, ୨୦ କମ୍ପାନୀ ପିଏସି, ୪୫ ପାରା ମିଲେଟ୍ରି ଓ ରାପିଡ ଆକ୍ସନ ଫୋର୍ସ ଏବଂ ୭ ହଜାର ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମଗ୍ର କୁମ୍ଭମେଳା ଅଞ୍ଚଳରେ ଲଗାଯାଇଛି ୨ ହଜାର ୭୦୦ ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା। ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି।

କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ୟବସ୍ଥା କରାଯାଇଛି। ୧୪୪ ବର୍ଷ ପରେ ଏହି ମହା ସଂଯୋଗ ଘଟିଛି। ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ। ଏହି ସମୟରେ ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି।

Latest Posts

Don't Miss