ଅଲିମ୍ପିକ୍ସରେ କମାଲ କଲେ ଦେଶର ଲାଡଲା, ଉତ୍ସାହିତ ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ: ସଣ୍ଡେରେ ସୁପର ସୋ । ଭାରତ ପାଇଁ ବୋଧେ ହୁଏ ଏହି ଦିନଟି ଆଜି ଶୁଭ ଥିଲା । ଦେଶବାସୀ ଆଜି ସମ୍ପୂର୍ଣ୍ଣ ଉତ୍ସାହିତ । ଉତ୍ସାହିତ ବା ହେବେନି କେମିତି  । ବିଶ୍ୱ ମଞ୍ଚରେ ଭାରତ ହାସଲ କରିଛି ମେଡାଲ  । ଗୋଟେପଟେ ଭାରତର ସୁନା ଝିଅ ସିନ୍ଧୁ ଭାରତକୁ ବ୍ରୋଞ୍ଚ ମେଡାଲ ଭେଟିଦେଇଥିବାବେଳେ ଅନ୍ୟପଟେ ଭାରତୀୟ ପୁରୁଷ ହକି ଟିମ ରଚିଛି ଇତିହାସ  । ବ୍ୟାଡମିଣ୍ଟନରେ ସିନ୍ଧୁ ସେମି ଫାଇନାଲଲେ ହାରିଥିଲେ  । କିନ୍ତୁ ହାରିବା ପରେ ମଧ୍ୟ ଭାରତକୁ ନିରାଶ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ଏବଂ ସେହି ପ୍ରତିଶ୍ରୁତି ମୂଳକ ରବିବାର ଦେଶକୁ କାଂସ୍ୟ ପଦକ  ଭେଟି ଦେଇଛନ୍ତି ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ  ।

ଅନ୍ୟପଟେ ଅଲିମ୍ପିକ୍ସରେ ପୁରୁଷ ହକି ଟିମ ଦମଦାର ପ୍ରଦର୍ଶନ କରିଛି । ଯଦ୍ୱାରା ସେମିଫାଇନାଲ ପ୍ରବେଶ କରିବାକୁ ପୁରୁଷ ହକି ଟିମ୍ ରାସ୍ତା ପକ୍କା କରିଛି  । କ୍ବାର୍ଟର ଫାଇନାଲରେ 3-1ରେ ବ୍ରିଟେନକୁ ହରାଇଛି ଭାରତ । ଆସନ୍ତା ମଙ୍ଗଳବାର ବେଲଜିୟମକୁ ଭେଟିବ । ତେଣୁ ଦୀର୍ଘ ୪୧ ବର୍ଷ ପରେ ଭାରତ ସେମିଫାଇନାଲକୁ ଯାଇଛି । ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍ ଅଲମ୍ପିକ୍ସର ସେମିଫାଇନାଲରେ ପହଂଚିଛି । ଫାଇନାଲ ଓ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା ।

ଆଉ ଶେଷ ଥର ପାଇଁ ମଧ୍ୟ ୧୯୮୦ ମସିହାରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲା  । ତେବେ ଆରମ୍ଭରୁ ବ୍ରିଟେନ ଉପରେ ଭାରି ପଡିଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ଦିଲପ୍ରୀତ ସିଂହ । ଦ୍ବିତୀୟ ଗୋଲ ଦେଇଥିଲେ ଗୁରୁକାନ୍ତ ଏବଂ ଶେଷ କ୍ବାର୍ଟରରେ ଗୋଲ ଦେଇଥିଲେ ହାର୍ଦ୍ଦିକ ସିଂହ । ଭାରତର ଏଭଳି ଦମଦାର ପ୍ରଦର୍ଶନରେ କିଏ ଖୁସି ନହୋଇ ରହିପାରିବ  । ଟୋକିଓରେ  ଅଲିମ୍ପିକ୍ସ ଆରମ୍ଭ ହେବାକୁ ଏହାରି ଭିତରେ ୧୦ ଦିନ ପୁରିଛି  । ଏବଂ ଏହି ୧୦ ଦିନ ଭିତରେ ଭାରତକୁ ପ୍ରଥମ ମେଡାଲ ଭେଟିଦେଇଥିଲେ ମିରାବାଇ ଚାନୁ  । ଭାରତୋଳନରେ ପ୍ରତିପକ୍ଷ ଚୀନକୁ ହରାଇ ମିରାବାଇ ଭାରତକୁ ପ୍ରଥମ ମେଡାଲ ପକ୍କା କରିଥିଲେ  ।

ଭାରତକୁ ଏହି ମେଡାଲ ଦେଶବାସୀଙ୍କୁ ସର୍ବାଧିକ ଗୌରାବନିତ୍ୱ କରିଥିଲା  । ଏହା ପରେ ଆଜି ପୁନର୍ବାର ଦେଶ ଉତ୍ସାହ ମନାଇଛି  । ଯେତେବେଳେ ଦେଶର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ, ସେତେବେଳେ ସମସ୍ତଙ୍କର ସିନ୍ଧୁଙ୍କ ଉପରେ ଭରସା ରହିଥିଲା  । ଯାହାକୁ ସିନ୍ଧୁ ପୁରଣ କରିବାରେ ମଧ୍ୟ ପଛ ଘୁଞ୍ଚା ଦେଇନଥିଲେ  ।  ପ୍ରତିପକ୍ଷ ଚୀନ୍‌ର ବିଙ୍ଗଜିୟାଓଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଥିଲେ ପିଭି ସିନ୍ଧୁ । 21-13, 21-15 ସେଟ୍‌ରେ ସିନ୍ଧୁ ବିଜୟୀ ହୋଇଛନ୍ତି । କିନ୍ତୁ ସବୁଠାରୁ ଗୌରାବାନିତ୍ୱ ଖବର ଏହା ଯେ, ପିଫି ସିନ୍ଧୁ ଦେଶର ଏକମାତ୍ର ତାରକା, ଯିଏ ଲଗାତର ଦେଶକୁ ବିଶ୍ୱ ମଞ୍ଚରେ ପରିପ୍ରକାଶ କରିଛନ୍ତି  । ଗତ ଅଲିମ୍ପିକ୍ସରେ ସିନ୍ଧି ମେଡାଲ ଆଣିଦେଇଥିବାବେଳେ ଚଳିତବର୍ଷ ମଧ୍ୟ କାଂସ୍ୟ ପଦକ ହାସଲ କରିଛନ୍ତି ସିନ୍ଧୁ  । ସିନ୍ଧୁଙ୍କ ଏହି ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, କ୍ରୀଡ଼ାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମଧ୍ୟ ଶୁଭେଛା ଜଣାଇଛନ୍ତି  ।

Leave a Reply