ରାଜଧାନୀରେ ୮୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୭ ଲୋକାଲ କଣ୍ଟାକ୍ଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ରାଜଧାନୀ ଭୁବନେଶ୍ୱରରୁ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ସଂକ୍ରମିତଙ୍କ ଲୋକାଲ କଣ୍ଟାକ୍ଟ ରହିଛି । ଶନିବାର ୩୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ରାଜଧାନୀରେ ଏବେ ମୋଟ ୧୧୩୦ ଜଣ ସଂକ୍ରମିତ ରହିଥିବା ବେଳେ ୪୯୪ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ଏବେ ଭୁବନେଶ୍ୱରରେ ୬୨୪ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି ।

ଜାଗମରା ଆଇଟିଆର୍‌ କଲେଜ ପାଖରୁ ସିକ୍ୟୁରିଟିଗାର୍ଡ କରୋନା ପଜିଟିଭ ହୋଇଛନ୍ତି । ୟୁନିଟ ୩ ରୁ ୧, ଘରୋଇ ଡ଼ାକ୍ତରଖାନାରୁ ୨, ଝାରପଡ଼ା ବାଲାଜି ଆପାର୍ଟମେଣ୍ଟରୁ ୧, ୟୁନିଟି ୧ ଆଖଣ୍ଡଳମଣି ବସ୍ତିରୁ ୧, ଲକ୍ଷ୍ମୀସାଗରରୁ ୧, କଳିଙ୍ଗବିହାରରୁ ୧, ରସୁଲଗଡ଼ର ଜମନ୍ନାଥ ନଗରରୁ ୧, ଗୌତମ ନଗରର ହରିହର ଏନକ୍ଲେଭରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବରମୁଣ୍ଡା ସ୍ଥିତ ଏକ ପ୍ରାଇଭେଟ କ୍ଲିନିକରୁ ୧, କାନନ ବିହାରରୁ ୧, ଶୈଳଶ୍ରୀ ବିହାରରୁ ୨, ନୟାପଲିରୁ ୧, ଗଙ୍ଗନଗରୁ ୧, ଟଙ୍କାପାଣି ରୋଡ଼ ରାଜାରାଣୀ କଲୋନୀରୁ ୧, ନୟାପଲି ଗାନ୍ଧୀ ବସ୍ତିରୁ ୧, ଜୟଦେବ ବିହାରରୁ ୧, ଖଣ୍ଡଗିରିରୁ ୧, ଜିଜିପି କଲୋନୀରୁ ୧, ପାହାଳରୁ ୧, ଦୂରଦର୍ଶନ କେନ୍ଦ୍ର ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ୨, କଳିଙ୍ଗନଗରରୁ ୨, ପାତ୍ରପଡ଼ାରୁ ୧, ଟଙ୍କପାଣି ରୋଡରୁ ୧, କନକ ବିହାରରୁ ୧, ଚନ୍ଦ୍ରଶେଖରୁପୁରରୁ ୧, ଖଣ୍ଡଗିରିର ଅମ୍ରିତ ନଗରରୁ ୧, ୟୂନିଟ ୪ର ସାସ୍ତି ନଗରରୁ ୧, ପଟିଆ ସ୍ଥିତ ଅହଲ୍ୟା ନଗରରୁ ୧, ଗଙ୍ଗନଗର ସ୍ଥିତ ପିଚୁପଡ଼ିଆ ବସ୍ତିରୁ ୨, କଳିଙ୍ଗନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ୧, ଲକ୍ଷ୍ମୀସାଗର ଓସ୍କାର ସିଟିରୁ ୧, ୟୁନିଟ ୬ରୁ ସବର ସାହି ବସ୍ତିରୁ ୧, ଚନ୍ଦ୍ରଶେଖରପୁରୁ ପ୍ରାଚି ଏନକ୍ଲେଭରୁ ୧, ଲୁଇସ ରୋଡରୁ ୧, ନୟାପଲି ସ୍ଥିତ ତ୍ରୀନାଥ ବସ୍ତରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଜି ରାଜ୍ୟରୁ ୨୪ ଘଣ୍ଟାରେ ୨୫ଜିଲ୍ଲାରୁ ଆଉ ୫୯୧କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୯୪ ସଂକ୍ରମିତ ଓ ଲୋକାଲ୍ କେସ୍ ୧୯୭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୬୭୦୧କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୨, ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୬କୁ ବୃଦ୍ଧି ହୋଇଛି ।

Leave a Reply