Sushant Singh Case: ଫେରିବାକୁ ଚାହିଁଲେ ଏସ୍‌ପି, କରୋନା ପରୀକ୍ଷା କରିବାକୁ କହିଲା ବିଏମ୍‌ସି

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହାସହିତ ବିହାର ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାରୁ ବାହାର ହୋଇସାରିଛି । ଏଣୁ ମୁମ୍ୱାଇରେ ଥିବା ପାଟଣା ଏସପି ବିହାର ଫେରିଯିବାକୁ ଚାହିଁଛନ୍ତି । କିନ୍ତୁ ଫେରିବାକୁ ହେଲେ ପ୍ରଥମେ କରୋନା ଟେଷ୍ଟ କରାଇବାକୁ ହେବ ବୋଲି ମୁମ୍ୱାଇ ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କୁହାଯାଇଛି । ବିଏମସିର ଜେନୖକ ଅଧିକାରୀ କହିଛନ୍ତି ଯେ, ବିନୟ ତିଓ୍ୱାରୀ କ୍ୱାରେଣ୍ଟାଇନ୍ ପୂରା ହେବା ପୂର୍ବରୁ ମୁମ୍ୱାଇ ଛାଡ଼ିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କରୋନା ପରୀକ୍ଷା କରାଇବାକୁ ପଡ଼ିବ । ଯଦି ସେ ନେଗେଟିଭ୍ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ ଯିବାକୁ ଅନୁମତି ଦିଆଯିବ ।

            ବିଏମ୍‌ସିର ଅତିରିକ୍ତ ନଗର ଆୟୁକ୍ତ ପି ବେଲାରାସୁ ପାଟଣା ଆଇଜି ସଞ୍ଜୟ ସିଂହ ଦ୍ୱାରା ଲେଖାଯାଇଥିବା ପତ୍ରର ଜବାବ ଦେଇଛନ୍ତି । ସଞ୍ଜୟ ସିଂହ ବିହାର କ୍ୟାଡର ଆଇପିଏସ୍ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରୁ ଛୁଟିଦେବାକୁ କହିଥିଲେ । ବେଲରାସୁ ବିହାରରେ କରୋନା ମାମଲାର କାରଣ ଦର୍ଶାଇ ଛାଡ଼ିବାକୁ ମନା କରିଦେଇଥିଲେ ।

ଅଧିକାରୀ ବିନୟ ତିଓ୍ୱାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେ ଅନ୍‌ଲାଇନ୍ ମାଧ୍ୟମରେ ନିଜ କାର୍ଯ୍ୟ କରିବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମିଟିଂ କରିବେ, ଏହା ଦ୍ୱାରା ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ, ସେ କାହା ସମ୍ପର୍କରେ ଆସୁନାହାନ୍ତି । ସୂଚନା ଯୋଗ୍ୟ ଯେ, ବିନୟ ତିଓ୍ୱାରୀ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ଯାଞ୍ଚ କରିବାକୁ ମୁମ୍ୱାଇ ପହଞ୍ଚିଥିଲେ । କିନ୍ତୁ ବିଏମସି ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିଥିଲା ।

ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ କିଛି ଏଭଳି କହିଲେ ଅଙ୍କିତା

କୋର୍ଟ ଯିବ ବିହାର ପୋଲିସ

ଅପରପକ୍ଷରେ ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରୁ ଛୁଟି ଦିଆଯିବା ପରେ ବିହାର ପୋଲିସ କୋର୍ଟ ଯିବ । କାହିଁକି ନାଁ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବି ବିଏମ୍‌ସି ବିନୟ କୁମାରଙ୍କ ଛାଡ଼ୁନାହିଁ । ବିନୟ ତିଓ୍ୱାରୀଙ୍କୁ ଛାଡ଼ିବା ପାଇଁ ପୋଲିସ  ଆଇଜି ମୁମ୍ୱାଇ ପୋଲିସ ସହିତ କଥା ମଧ୍ୟ ହୋଇଥିଲେ । ଏହା ସତ୍ତ୍ୱେ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରୁ ଛୁଟି ମିଳିନାହିଁ ।

Leave a Reply