ପୋଲିସ ମିତ୍ରଙ୍କୁ ନିଆଁ ଲିଭାଇବା ପ୍ରଶିକ୍ଷଣ

To Protect Slum From Fire Police Mitra Trained

ଭୁବନେଶ୍ୱର: ବସ୍ତିରେ ଅଗ୍ନିକାଣ୍ଡ ଘଟିଲେ କିଭଳି ନିଆଁକୁ ଆୟତ୍ତ କରାଯିବ । ସେନେଇ ଆରମ୍ଭ ହୋଇଛି ମାନସମନ୍ଥନ । କମିଶନରେଟ ପୋଲିସ ଦ୍ୱାରା ବସ୍ତିକୁ ଚାଲ ଅଭିଯାନରେ ଗଠନ ହୋଇଥିବା ପୋଲିସ ମିତ୍ରକୁ ଦିଆଯାଉଛି ଟ୍ରେନିଂ । ଯଦି କୌଣସି ସ୍ଥାନରେ ନିଆଁ ଲାଗିଲେ କିଭଳି ଆୟତ୍ତ କରାଯିବ ସେ ନେଇ ପୋଲିସ ମିତ୍ରଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ପ୍ରତି ବସ୍ତିରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ ।

To Protect Slum From Fire Police Mitra Trained

ପୋଲିସ ମିତ୍ରଙ୍କୁ ନେଇ କମିଶନରେଟ ପୋଲିସ ଦ୍ଵାରା ଗଠନ ହୋଇଛି ଟିମ୍ । ଯଦି କୌଣସି ସମୟରେ ବସ୍ତିରେ ଅଗ୍ନିକାଣ୍ଡ ଘଟେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁକୁ କିଭଳି ଆୟତ୍ତ କରାଯିବ । ସେନେଇ ରାଜଧାନୀର ବିଭିନ୍ନ ବସ୍ତିରେ ଗଠନ ହୋଇଥିବା ବସ୍ତି ମିତ୍ର ଓ ପୋଲିସ ମିତ୍ରଙ୍କୁ ନେଇ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଇଛି କର୍ମଶାଳା । ଅଗ୍ନିଶମ ଡିଜି ଅରୁଣ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଶୁଭାରମ୍ଭ କରିବା ସହ ବସ୍ତିମିତ୍ର ମାନଙ୍କୁ ଟ୍ରେନିଂ ଦେଇଛନ୍ତି ।

To Protect Slum From Fire Police Mitra Trained

ରାଜଧାନୀର ବିଭିନ୍ନ ବସ୍ତିରୁ ପ୍ରାୟ ୨୦୦ ଜଣ ସ୍ୱେଚ୍ଛାସେବୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ନିଆଁ ଲିଭେଇବା ଠାରୁ ଆରମ୍ଭ କରି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ଟ୍ରେନିଂ ଦିଆଯାଇଥିଲା । କର୍ମଶାଳା ସରିବା ପରେ ପ୍ରତି ବସ୍ତିରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ । ସେହିପରି ବସ୍ତି ମାନଙ୍କରେ ଅଗ୍ନିଶମ ବିଭାଗର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରଖିବାର ବନ୍ଦୋବସ୍ତ କରାଯିବ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି । ନିଆଁକୁ ଆୟତ୍ତ କରିବା କୌଶଳ ସାହସିକତାର ସହ ଶିଖିବା ପରେ ପୋଲିସ ମିତ୍ରଙ୍କ ମନରେ ଉତ୍ସାହ ବଢିଛି ।