ବିଦ୍ୟୁତ ଆଘାତରୁ ବର୍ତ୍ତିବେ ହାତୀ: ଶକ୍ତି ବିଭାଗର ୪୪୫ କୋଟି ୭୫ ଲକ୍ଷ ଟଙ୍କାର ପ୍ୟାକେଜ୍

ଭୁବନେଶ୍ୱର: ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବିଦ୍ୟୁତ ଠାରୁ ହାତୀଙ୍କୁ ବଞ୍ଚାଇ ରଖିବାକୁ ଶକ୍ତି ବିଭାଗର ୪୪୫ କୋଟି ୭୫ ଲକ୍ଷ ଟଙ୍କାର ପ୍ୟାକେଜ୍ । ହାତୀ କରିଡର ଦେଇଯାଇଥିବା ୩୩ କେଭି, ୧୧ କେଭି ଲାଇନ୍ ଗ୍ରାଉଣ୍ଡ କ୍ଲିୟରାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଣ୍ଟନ ହୋଇଥିବା ଟଙ୍କା ବିଦ୍ୟୁତ ବିତରଣ କମ୍ପାନୀ ଖର୍ଚ୍ଚ କରିବେ । ବିଦ୍ୟୁତ ଓ ଜଙ୍ଗଲ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ହେବ । ସ୍ଥାନୀୟ ଲୋକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବେ ।

ବେଆଇନ୍ ହୁକିଂ ଏବଂ ଶୀକାର କରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ସେମାନଙ୍କ ବିଷୟରେ କେହି ସୂଚନା ଦେଲେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ବିଦ୍ୟୁତ ଆଘାତରେ ଗୋଟିଏ ବି ହାତୀଙ୍କର ଯେମିତି ମୃତ୍ୟୁ ନହୁଏ ସେଥିପ୍ରତି ନଜର ରଖାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୦୯ରୁ ୨୦୧୯ ଭିତରେ ରାଜ୍ୟରେ ୭୩୨ଟି ହାତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବିଧାନସଭାରେ ଉତ୍ତର ରଖିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ସେହିଭଳି ବର୍ଷକୁ ୧୧ଟି ହାତୀଙ୍କର ମୃତ୍ୟୁ ହେଉଥିବା ସେ କହିଥିଲେ ।

Leave a Reply