ପ୍ରେମିକାଙ୍କୁ ପତ୍ନୀ ଭାବେ ଦେଖିବାକୁ ଚାହୁଁଥିଲେ, ICUରେ କଲେ ବିବାହ

1 min read

ବ୍ରିଟେନ୍: ପ୍ରେମିକାଙ୍କୁ ପତ୍ନୀ ଭାବେ ଦେଖିବାକୁ ଚାହୁଁଥିଲେ । ମୃତ୍ୟୁ ପୂର୍ବରୁ ICUରେ କଲେ ବିବାହ । ବ୍ରିଟେନରେ ଘଟିଛି ଏମିତି ଘଟଣା । ଦୁର୍ଘଟଣାରେ ଗୁରୁତର ଆହତ ପ୍ରେମିକାଙ୍କ ମୃତ୍ୟୁ ପୂର୍ବରୁ ବିବାହ କରି ତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ପ୍ରେମିକ ।

ଦି ସନ୍ ୟୁକେ ରିପୋର୍ଟ ଅନୁସାରେ, ୩୪ ବର୍ଷୀୟ ଜିମ୍ ମ୍ୟାନେଜର ଗ୍ରେଗ୍ ପିଟର୍ସ ୨୮ ବର୍ଷୀୟ ଏନା ଲେଗରଙ୍କୁ ବହୁତ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ । ଉଭୟଙ୍କ ପରିବାର ଲୋକେ ମଧ୍ୟ ବିବାହ ପାଇଁ ସହମତି ପ୍ରକାଶ କରିଥିଲେ ।

ଦିନେ ଏନା ଅଫିସରୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଥିଲା । ଗ୍ରେଗଙ୍କ ପରିବାର ଲୋକେ ବି ହସ୍ପିଟାଲରେ ଉପସ୍ଥିତ ଥିଲେ । ଏନାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ସେ କୋମାକୁ ଚାଲି ଯାଇଥିଲେ ।

ଏହା ଜାଣିବା ପରେ ଗ୍ରେଗ ବହୁତ ଚିନ୍ତିତ ହୋଇ ଯାଇଥିଲେ । ଶେଷ ଇଚ୍ଛା ପୂରଣ କରିବାକୁ ଏନାଙ୍କ ସହ ବାହାଘର ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ହେଲେ ଡାକ୍ତର ମନା କରିଦେଇଥିଲେ । ଗ୍ରେଗଙ୍କ ଭଲ ପାଇବା ଦେଖି ଡାକ୍ତର ଶେଷରେ ବିବାହ ପାଇଁ ରାଜି ହୋଇଯାଇଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ଗ୍ରେଗ୍ ଏନାଙ୍କୁ ମୁଦି ପିନ୍ଧାଇ ପତ୍ନୀ ଭାବେ ଗ୍ରହଣ କରିଥିଲେ । ବିବାହାର କିଛି ସମୟ ପରେ ଏନାଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ ସହମତିରେ ତାଙ୍କ ଶରୀରର କିଛି ଅଙ୍ଗ ଦାନ କରାଯାଇଥିଲା । ଯାହାଦ୍ବାରା ୬ ଜଣ ଲୋକ ନୂଆ ଜୀବନ ପାଇଥିଲେ ।

Leave a Reply