ରଜ ପାଇଁ ୩ ଘଣ୍ଟା କୋହଳ ହେଲା କର୍ଫ୍ୟୁ, ୭ଟା ପରିବର୍ତ୍ତେ ୧୦ ଟାରେ ହେବ ଦୋକାନ ବନ୍ଦ

ଭୁବନେଶ୍ୱର: ରଜ ପାଇଁ କୋହଳ ହେଲା କର୍ଫ୍ୟୁ । ରବିବାର ପହିଲି ରଜକୁ ଦୃଷ୍ଟିରେ ରଖି ସରକାର କର୍ଫ୍ୟୁ କୋହଳ କରିଛନ୍ତି । କରୋନା ପାଇଁ ରାତି ୭ ରୁ ସକାଳ ୭ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ସଟ୍‌ଡାଉନ ଘୋଷଣା କରାଯାଇଥିଲା । କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । କିନ୍ତୁ ରବିବାର ପହିଲି ରଜ ଥିବାରୁ ସଟ୍‌ଡାଉନରେ କିଛି ମାତ୍ରାରେ କୋହଳ କରାଯାଇଛି ।

ରାତି ୭ ରେ ବନ୍ଦ ହେଉଥିବା ଦୋକାନ ସବୁ ଆଜି ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ । କହିବାକୁ ଗଲେ ରଜପାଇଁ ଲୋକଙ୍କର କିଣାବିକାକୁ ଦୃଷ୍ଟିରେ ରଖି ରାତି ୧୦ ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଖୋଲା ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର

ଶନି ଏବଂ ରବି ବାର ୧୧ ଜିଲ୍ଲାରେ କରୋନା ପାଇଁ କର୍ଫ୍ୟୁ କରାଯାଇଛି  । ସପେଟେ ପୁରା ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି । ତେବେ ରଜ ଆଗକୁ ପଡ଼ୁଥିବାରୁ ଶୁକ୍ରବାର ରାଜ୍ୟ ସରକାର କର୍ଫ୍ୟୁରେ କୋହଳ କରିଛନ୍ତି । ଯେଉଁଥି ପାଇଁ ରାଜ୍ୟବାସୀ କିଛି ମାତ୍ରାରେ ଆଶ୍ୱସ୍ତ ହୋଉଛନ୍ତି ।

Leave a Reply