ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ

ନୂଆଦିଲ୍ଲୀ :  ସଂସଦର ମୌସୁମୀ ଅଧିବେଶନରେ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟସଭାରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ । ରାଜସଭା ଅଧ୍ୟକ୍ଷ ଉପରେ ପାଟି କରି ପୂରା ଅଧିବେଶନରୁ ହେଲେ ନିଲମ୍ୱିତ  । ଆଜି ରାଜ୍ୟସଭା ଅଧକ୍ଷ ଜଗଦୀପ ଧନଖଡ଼ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଏହି ଅଧିବେଶନରେ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏହି ମୌସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ଡେରେକ ଓ’ବ୍ରାଇନଙ୍କ ସମେତ ମୋଟ ୩ ଜଣଙ୍କୁ ପୁରା ଅଧିବେଶନରୁ ନିଲମ୍ବିତ କରାଗଲାଣି ।

ଅଧିବେଶନ ଚାଲିଥିଲା ସମୟରେ ଡେରେକ ଓ’ବ୍ରାଇନଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଥିଲେ, ଯେ ଆପଣଙ୍କର ଆଚରଣ ଅଶ୍ଳୀଳ, ଆପଣ ପ୍ରଚାର ପାଇଁ ଡ୍ରାମା କରୁଛନ୍ତି। ଅଶ୍ଳୀଳ ଆଚରଣ ପାଇଁ ଆପଣ ବର୍ତ୍ତମାନର ସଂସଦ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ନିଲମ୍ବିତ ହୋଇଛନ୍ତି | ଡେରେକ ଓ’ବ୍ରାଇନଙ୍କ ଗୃହର ପ୍ରକ୍ରିୟାରେ କ୍ରମାଗତ ଭାବରେ ବାଧା ସୃଷ୍ଟି କରିବା, ଚେୟାରମ୍ୟାନଙ୍କୁ ଅବମାନନା କରିବା ଏବଂ ଗୃହରେ କ୍ରମାଗତ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଗୃହର ନେତା ପୀୟୁଷ ଗୋୟଲ ତାଙ୍କ ନିଲମ୍ବନ ପାଇଁ ପୂର୍ବରୁ ଏକ ଆବେଦନ ମଧ୍ୟ କରିଥିଲେ।