ଟିଏମସି ନେତାଙ୍କ ଘରେ ବିସ୍ଫୋରଣ, ବଲ୍ ଭାବି ଖେଳୁଥିଲା ଭାଣିଜୀ
1 min read
କୋଲକତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାରେ ଅଭାବନୀୟ ଘଟଣା । ବସିର୍ ହାଟ ଜିଲ୍ଲା ସ୍ଥିତ ମୀନଖା ଥାନା ଅନ୍ତର୍ଗତ ଚପାଲି ଗ୍ରାମ ରେ TMC ନେତା ଅବୁ ହୁସେନ ଗାୟେନଙ୍କ ଘରେ ବିସ୍ଫୋରଣ ।
ଏଥିରେ ଜଣେ ଶିଶୁ ପ୍ରାଣ ହରାଇଛନ୍ତି । ସେହିପରି କିଛି ଗୁରୁତର ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଟିଏମସି ନେତା ଅବୁ ହୁସୈନଙ୍କୁ ଗିରଫ କରିଛି । ଘଟଣା ଦିନ ସନ୍ଧ୍ୟା ୬ଟା ବେଳେ ଅବୁଙ୍କ ଘରକୁ କିଛି ନିକଟ ସମ୍ପର୍କୀୟ ଆସିଥିଲେ । ଅବୁଙ୍କ ଭାଣିଜୀ ଘରେ ଥିବା ପୋଷା ଗଧର ଶରୀରରେ ବନ୍ଧା ଯାଇଥିବା ବୋମାକୁ ବଲ ଭାବି ଖେଳିବା ଆରମ୍ଭ କରିଦେଇଥିଲେ ।
ଏହି ସମୟରେ ହଠାତ ସେଠାରେ ବିସ୍ଫୋରଣ ଘଟିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟିଏମସି ନେତା ପୋଷା ଗଧ ଶରୀରରେ ବୋମା କାହିଁକି ବାନ୍ଧିଥିଲେ ? ଏହା ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ଥିଲା କି ? ଏସବୁ ଦିଗକୁ ତଦନ୍ତ ପରିସରକୁ ନେଇଛି ପୋଲିସ ।
ପୋଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି । ଉତ୍ତେଜନାକୁ ଦେଖି ଗାଁରେ ପୋଲିସ ମୁତୟନ କରାଯାଇଛି । ଏହା ପୂର୍ବରୁ ଗତ ୬ ନଭେମ୍ବରରେ ପଶ୍ଚିମବଙ୍ଗର ଡେଗଙ୍ଗାରେ ଟିଏମସି ନେତାଙ୍କ ଘରେ ବିସ୍ଫୋରଣ ଘଟିଥିଲା ।