ଜୟପୁର: ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ୨୦୧୫ରେ ଟପ୍ପର ହୋଇଥିବା ଆଇଏଏସ୍ ଅଫିସର ଟିନା ଡାବି ଏବଂ ଅଥାର ଆମୀର ଖାନ ଛାଡପତ୍ର ନେବାକୁ ଯାଉଛନ୍ତି । ଏହି ଖବର କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଶେଷ କରି ମୁସଲମାନ ଦେଶମାନଙ୍କରେ ଟିନା ଡାବି ଏବଂ ଅଥାର ଖାନଙ୍କ ଛାଡପତ୍ର ଖବରକୁ ଅଧିକ ସର୍ଚ୍ଚ କରାଯାଉଛି।

ଗୁଗୁଲ୍ ଟ୍ରେଣ୍ଡସ୍ ଅନୁଯାୟୀ, ବିଶ୍ୱରେ ୟୁଏଇ ପରେ ଏହି ଖବର ପାକିସ୍ତାନରେ ସର୍ବାଧିକ ସର୍ଚ୍ଚ ହୋଇଥିବାବେଳେ ଜାମ୍ମୁ କାଶ୍ମୀରବାସୀ ମଧ୍ୟ ଛାଡପତ୍ରର କାରଣ ଅଧିକ ଖୋଜାଖୋଜି କରିଛନ୍ତି।
ସୂଚନା ଅନୁଯାୟୀ ୟୁପିଏସସି ଦୁଇ ଦମ୍ପତି ଟିନା ଡାବି ଏବଂ ଅଥାର ଆମୀର ଖାନ ପାଖାପାଖି ଦେଢ ବର୍ଷ ପରେ ଜୟପୁର ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି ।

