ବିଧାନସଭା ଅଧିବେଶନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ବର : ବଜେଟ ଅଧିବେଶନ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ନିୟୋଜିତ ରହିବେ ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ସାଙ୍ଗକୁ ଷ୍ଟ୍ରାଇକିଂ ଫୋର୍ସ । ୫ ଅସ୍ଥାୟୀ କଣ୍ଟ୍ରୋଲ ରୁମକୁ କଣ୍ଟ୍ରୋଲ କରିବେ ଭୁବନେଶ୍ବର ଡିସିପି । ଟ୍ରାଫିକ ଡାଇଭର୍ସନ ସହ ପବ୍ଲିକ୍ ପ୍ଲେସରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ସୁନିଲ ବଂଶଲ ।
ପୋଲିସ୍ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳା ର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଯାଞ୍ଚ କରାଯାଇଛି । ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯାଇଛି । ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଡିସିପିଙ୍କ ନେତୃତ୍ବରେ ୧୦ ଆଡ଼ିସିନାଲ ଡିସିପି, ୧୧ ଏସିପି, ୧୩ ଇନ୍ସପେକ୍ଟର, ୧୦୦ ଜଣ ସବଇନ୍ସପେକ୍ଟର, ୨୦୦ ଜଣ କନଷ୍ଟେବଳ ନିୟୋଜିତ ହୋଇଛନ୍ତି । ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।