ଚାହୁଁ ଚାହୁଁ ଭୁଶୁଡ଼ି ପଡିଲା ତିନି ମହଲା କୋଠା…

ପାଟନା: ଚାହୁଁ ଚାହୁଁ ଭୁଷୁଡ଼ି ପଡିଲା ତିନି ମହଲା କୋଠା । ଜହାନବାଦ ଜିଲ୍ଲା ମଖଦୁମପୁର ବଜାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗୋଟେପଟେ କୋଭିଡ ପାଇଁ ଲକଡାଉନ ସାରା ବଜାର । ରାସ୍ତା ଘାଟ ଖାଁ ଖାଁ । ଅନ୍ୟପଟେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ଯାହା ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚାଇ ଦେଇଛି । ମଖଦୁମପୁର ବଜାରରର ଏନଏଚ ୮୩ ପାର୍ଶ୍ୱରେ ଥିବା ଏହି ତିନି ମହଲା ବିଶିଷ୍ଟ କୋଠା ଭୁଷୁଡିବା ଆରମ୍ଭ କରିଥିଲା । ଏବଂ କିଛି ସେକେଣ୍ଟ ମଧ୍ୟରେ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଥିଲା ଏହି କୋଠା ।

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଏହି ଭିଡିଓ । ରାସ୍ତାରେ କୌଣସି ବ୍ୟକ୍ତି ଯା ଆସ କରୁନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡିଛି । ସେପଟେ କୋଠା ନିର୍ମାଣରେଲ ତ୍ରୁଟି ଏବଂ ଦୁର୍ବଳ କାର୍ଯ୍ୟ କରାଯାଇଥିବାରୁ କୋଠାଟି ଭୁଷୁଡ଼ି ପଡିଥିବା କହିଛନ୍ତି ଯନ୍ତ୍ରୀ । ଅନ୍ୟପଟେ ଏତେବଡ଼ ବିଲଡିଂ ରାସ୍ତା ଉପରେ ପଡି ରହିଥିବାରୁ ଗାଡି ଚାଳଚଳାରେ ବାଧାପ୍ରାପ୍ତ ହୋଇଥିଲା । ଏ ବିଷୟରେ ଖବର ପାଇ ନିକଟସ୍ଥ ଥାନା ଅଧିକାରୀ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହିଁଛି ରାସ୍ତା ସଫା କରିଥିଲେ ।

Leave a Reply