ରାଜସ୍ଥାନର ସମ୍ବର ହ୍ରଦରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

1 min read

ରାଜସ୍ଥାନ:  ସମ୍ବର ହ୍ରଦରେ ଅଚାନକ ହଜାର ହଜାର ବିଦେଶ ପକ୍ଷୀଙ୍କ ମୃତ୍ୟୁ ଘଟିଛି  । ମୁତ ପକ୍ଷୀମାନେ ଭିନ୍ନ ଭିନ୍ନ ପ୍ରଜାତିର । ପ୍ରାଥମିକ ତଦନ୍ତ ପରେ ସରକାରୀ ସ୍ତରରେ ସନ୍ଦେହ କରାଯାଉଛି ଯେ, ଜଳ ପ୍ରଦୂଷିତ ହେବା ଯୋଗୁଁ ଏପରି ଘଟିଥାଇପାରେ ।  ମାତ୍ର ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ସଠିକ୍ କାରଣ ଜଣାପଡିବ । ସରକାରୀ ଗଣନା ଅନୁଯାୟୀ ୧୫୦୦ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ହେଲେ ପାଖାପାଖି ୫୦୦୦ରୁ ଅଧିକ ପକ୍ଷୀଙ୍କ ମୃତ୍ୟ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକ ।

ଆଗରୁ କେବେ ବି ଏତେ ସଂଖ୍ୟାରେ ପକ୍ଷୀଙ୍କ ଅଚାନକ ମୃତ୍ୟ ହେବାର ଦେଖିନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ଅଭିନବ ବୈଷ୍ଣବ । ରବିବାର ବୈଷ୍ଣବ ଯେତେବେଳେ ହ୍ରଦ୍‌କୁ  ବୁଲିବାକୁ  ଯାଇଥିଲେ ସେ ପକ୍ଷୀଙ୍କ ମୃତଦେହ ଦେଖି ଗାଇ ଗୋବର ପଡ଼ିଥିବାର ଭାବିଥିଲେ । ୧୨ ରୁ ୧୩ କିମି ଅଞ୍ଚଳରେ ବିଦେଶୀ ପକ୍ଷୀମାନେ ମରିପଡ଼ିଥିଲେ । ପାଖାପାଖି ୫୦୦୦ରୁ ଅଧିକ ହେବ ବୋଲି ସେମାନେ କହିଥିଲେ  ।

ବନ ଅଧିକାରୀ ରାଜେନ୍ଦ୍ର ଝାକରଙ୍କ କହିବା ଅନୁଯାୟୀ, ସେହି ଅଞ୍ଚଳରେ କିଛିଦିନ ତଳେ ଲଗାଣ ବର୍ଷା ହୋଇଥିଲା । ଏଥିଯୋଗୁଁ ଏପରି ହୋଇଥାଇପାରେ । ସେ ଆହୁରି କହିଛନ୍ତି ଯେ, ୧୦ ପ୍ରଜାତିର ପାଖାପାଖି ୧୫୦୦ ପକ୍ଷୀଙ୍କ ମୃତ୍ୟ ହୋଇଛି  । ବିଷାକ୍ତ ପାଣି ଓ ଜୀବାଣୁ ଜନିତ ରୋଗ ଯୋଗୁଁ ଏଭଳି ଘଟିଥାଏପାରେ । ଜୟପୁରର ଏକ ଡାକ୍ତରୀ ଟିମ୍ ସେହି ଅଞ୍ଚଳକୁ ଯାଇ କିଛି ପକ୍ଷୀର ମୃତଦେହ ସହ ପାଣିର ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଇଛନ୍ତି । ସେହି ଡାକ୍ତରୀ ଟିମର ସଦସ୍ୟ ଅଶୋକ ରାଓ ନାମକ ଜଣେ ପଶୁ ବିଶେଷଜ୍ଞ  କହିଛନ୍ତି ବାର୍ଡ ଫ୍ଲୁ ପାଇଁ ଏତେ ସଂଖ୍ୟାରେ ପକ୍ଷୀଙ୍କ ମୃତ୍ୟୁ ହୋଇଥାଇପାରେ । କିନ୍ତୁ ପ୍ରାଥମିକ  ପରୀକ୍ଷାରେ ସେଭଳି କିଛି ପ୍ରମାଣ ମିଳିନଥିବା ସେ କହିଛନ୍ତି । ପଶୁ ପାଳନ ବିଭାଗର ନୋଡାଲ ଅଫିସର୍ ଅଶୋକ ରାଓ ଏ ରହସ୍ୟମୟ ଘଟଣା ଉପରୁ ପରଦା ଉଠାଇ କହିଛନ୍ତି, ପାଣିରେ କିଛି ମାତ୍ରାରେ ପ୍ରଦୂଷଣ ଥାଇପାରେ । ପାଣିରେ ଅଧିକ ଲବଣ ମାତ୍ରା ବି ଅନ୍ୟ ଏକ କାରଣ ହୋଇପାରେ ପକ୍ଷୀ ମଡ଼କ ପାଇଁ । ରକ୍ତରେ ଲବଣର ସାନ୍ଧ୍ରତା ଅଧିକ ହେବେ ଫଳରେ ରକ୍ତ ପ୍ରବାହ ଧିମା ହେବା ସହ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥାଏ । ସେ ଦୃଷ୍ଟିରୁ ଏତେ ସଂଖ୍ୟକ ପକ୍ଷୀ ଏକସଙ୍ଗରେ ମରିଥାଇପାରନ୍ତି ।

ଏହାକୁ ନେଇ ବନ ବିଭାଗ ଅଧିକାରୀ କହିଛନ୍ତି ଯେ, ଯଦି ଏହି ପରିସ୍ଥିତି ଜଳ ପ୍ରଦୂଷଣ କିମ୍ବା ବାୟୁ ପ୍ରଦୂଷଣ ଯୋଗୁଁ ହୋଇଛି ତେବେ ଅତି ଶୀଘ୍ର ଏହାପ୍ରତି ଉଚିତ ପଦକ୍ଷେପ ଗ୍ରହଣ କରାଯିବ। ')}

Leave a Reply