ବିନା ଡିଜେରେ ଏଥର କଟକ ଦୁର୍ଗା ଭସାଣ

କଟକ: ସିଲଭର ସିଟି କଟକରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜମିବ ଦୁର୍ଗାପୂଜା । ସୁନା ଓ ରୂପାର ତାରକସି କାମରେ ଝଲସିବ ମାଆଙ୍କ ମେଢ଼ । ଭସାଣ ଉତ୍ସବ ବି ଜମିବ । ହେଲେ ଏଥର ଭସାଣରେ ବାଜିବ ନାହିଁ ଡିଜେ । କେବଳ କମ ଶବ୍ଦରେ ସାଉଣ୍ଡ ବକ୍ସକୁ ମିଳିବ ଅନୁମତି । ରାତି ୧୨ ପର୍ଯ୍ଯନ୍ତ ସାଂସ୍କୃତିକ କାର୍ଯ୍ଯକ୍ରମ ଆଯୋଜନ ହୋଇପାରିବ । ପୂର୍ବାଞ୍ଚଳ ମହାନଗର ଶାନ୍ତି କମିଟିର ବୈଠକରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ଏଥର ପୂର୍ବାଞ୍ଚଳରେ ୬୦ରୁ ଅଧିକ ମେଢ ପୂଜା ପାଇବ । ପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ବସିଥିବା ପ୍ରସ୍ତୁତି ବୈଠକରେ କଟକ ମହାନଗର ପୂଜା କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ବାଳ, ବିଧାୟିକା ସୋଫିଆ ଫିର୍ଦୋଷ, ପୋଲିସ କମିଶନର ସଂଜୀବ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ ।