ଉନ୍ନତିରେ ଖୁସି ହୋଇ ୧୦୦ କର୍ମଚାରୀଙ୍କୁ କାର୍‌ ବାଣ୍ଟିଲା ଚେନ୍ନାଇର ଏହି କମ୍ପାନୀ

1 min read

ଚେନ୍ନାଇ: କୁହାଯାଏ ଉନ୍ନତି ହିଁ ମଣିଷକୁ ଶୀଖରରେ ପହଞ୍ଚାଇଥାଏ । ଖାଲି ସେତିକି ନୁହେଁ ମଣିଷ ଯେତେବେଳେ କର୍ମ କରିଚାଲେ ସଫଳତା ତା ପାଦ ଛୁଏଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚେନ୍ନାଇରେ ।  ଚେନ୍ନାଇ ସ୍ଥିତ IT ଫାର୍ମ Ideas2IT ଚଳିତ ବର୍ଷ ଯଥେଷ୍ଟ ଉନ୍ନତି କରିଥିବାରୁ ତା’ର କର୍ମଚାରୀଙ୍କୁ ୧୦୦ଟି ମାରୁତି ସୁଜୁକୀ କାର୍‌ ଉପହାରରେ ଦେଇଛି ।

ସୂଚନା ଅନୁସାରେ, Ideas2ITର ଚିଫ୍‌ ଏକଜିକ୍ୟୁଟିଭ୍‌ ଅଫିସର ଗାୟତ୍ରୀ ବିବେକାନନ୍ଦନ ଆଇଟି ଫାର୍ମର ଫାଉଣ୍ଡର ଏବଂ ଚେୟାରମ୍ୟାନ୍‌ ମୁରଲୀ ବିବେକାନନ୍ଦନଙ୍କ ଉପସ୍ଥିତିରେ ଏକ ମେଗା ଇଭେଣ୍ଟ ଆୟୋଜନ କରି ୧୦୦ କର୍ମଚାରୀଙ୍କୁ ମାରୁତି ସୁଜୁକୀ କାର୍‌ ଉପହାର ଦେଇଛନ୍ତି । ତେବେ ଦୃତ ଉନ୍ନତି ଯୋଗୁଁ କମ୍ପାନୀ ଏଭଳି ଏକ ଭିନ୍ନ ପଦକ୍ଷେପ ନେଇଛି ବୋଲି କହିଛନ୍ତି ବିବେକାନନ୍ଦନ ।

କାର୍‌ ଉପହାର ଦେବା ହେଉଛି ପ୍ରଥମ ସ୍ତର । ଆଗାମୀ ଦିନରେ Ideas2IT ଏହିଭଳି ନୂଆ ନୂଆ ପଦକ୍ଷେପ ନେବାକୁ ଯୋଜନା କରୁଛି ବୋଲି କହିଛନ୍ତି କମ୍ପାନୀର ମାଲିକ ।

ତେବେ କର୍ମଚାରୀଙ୍କ ନିରନ୍ତର ଯୋଗଦାନ, ସମର୍ଥନ, ବିକାଶ ଏବଂ ସଫଳତା ପାଇଁ ୧୦୦ କର୍ମଚାରୀଙ୍କୁ ଉପହାର ମାଧ୍ୟମରେ ସମ୍ମାନିତ କରାଯାଇଛି ବୋଲି କହିଛି ଏହି ଆଇଟି କମ୍ପାନୀ ।