ଭଲ ଖବର: ସମ୍‌ରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

SUM CoVacine

ଭୁବନେଶ୍ୱର: ଭାରତର ନିଜସ୍ୱ କରୋନା ଟିକା ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭୁବନେଶ୍ୱର ‘ସମ୍’ ହସ୍ପିଟାଲରେ ଆରମ୍ଭ ହୋଇଯାଇଛି । ଆଇସିଏମ୍‌ଆର ଓ ଭାରତ ବାଇଓଟେକ୍‌ର ମିଳିତ ଉଦ୍ୟମରେ ଏହି ଟିକା ପ୍ରସ୍ତୁତ ହୋଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୋଭାକ୍ସିନ୍ ହ୍ୟୁମାନ୍‌ ଟ୍ରାଏଲ୍‌ର ପ୍ରିନ୍ସିପାଲ ଇ‌ନଭେଷ୍ଟିଗେଟ୍‌ର ପ୍ରଫେସର ଇ. ଭେଙ୍କଟ ରାଓ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଟିକାର ନିରାପତ୍ତା ପ୍ରତି ଧ୍ୟାନ ଦିଆଯାଇଥିଲା । ମଣିଷ ଶରୀରରେ କୌଣସି ପ୍ରାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ, ତାହାର ଅନୁଧ୍ୟାନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଟିକା ନେଉଥିବା ସ୍ୱେଚ୍ଛାସେବୀଙ୍କ ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡିର ସ୍ତର ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା ।

ସେହିଭଳି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଟିକାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ବିଶେଷଜ୍ଞ ଇ.ଭେଙ୍କଟ ରାଓ କହିଛନ୍ତି । ସେପଟେ ଟିକାର ସଠିକ୍‌ ପରିଚାଳନା ପାଇଁ ଏକ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

Leave a Reply