ଆଜିଠୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସହ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ଟିକାଦାନରେ ନିଜ ନାଁ ପଞ୍ଜିକରଣ କରିବା ପାଇଁ ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ଲଟ ବୁକିଂ। ସଂକ୍ରମଣକୁ ରୋକିବାକୁ ଗତ ଶନିବାର ଠାରୁ ଏହି ସ୍ଲଟ ବୁକିଂ ଆରମ୍ଭ ହୋଇଛି।

ପ୍ରଥମ ଦିନରୁ ହିଁ ବିଏମସି ଅଞ୍ଚଳରେ ସ୍ଲଟ ବୁକିଂ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ହିଁ ଶେଷ ହୋଇଯାଇଥିଲା । ତେବେ ଆଜିଠୁ ପ୍ରତି ଟିକାଦାନ କେନ୍ଦ୍ରରେ ପ୍ରତିଦିନ ମାତ୍ର ୧୫୦ ଜଣଙ୍କୁ ଟିକାକରଣ କରାଯିବ । ଏଥିରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ମାତ୍ର ୧୦୦ ଜଣଙ୍କୁ ଟିକା ଦିଆଯିବ । ସେହିଭଳି ୪୫ ବର୍ଷରୁ ଅଧିକ ବୟସ୍କକଙ୍କ ମଧ୍ୟରେ ମାତ୍ର ୫୦ ଜଣଙ୍କୁ ଟିକାକରଣ କରାଯିବ । ନାଁ ପଞ୍ଜିକରଣ କରିଥିବା ବ୍ୟକ୍ତି କେଉଁ କେନ୍ଦ୍ରରେ ଟିକା ନେବେ ତାହାର ସବିଶେଷ ତଥ୍ୟ ସକାଳ ୧୦ଟା ମଧ୍ୟରେ ପଠାଇ ଦିଆଯିବ ବୋଲି ସୂଚନା ରହିଛି ।

Poonawala Expected To Launch Trial Of Kovovax In India By September

ସେହିପରି ଟିକା ନେବାକୁ ଥିବା ବ୍ୟକ୍ତି ନିଜ ସହ ଆଧାରକାର୍ଡ ନେବା ବାଧ୍ୟତାମୂଳକ କରାଯାଇଛି । ତେବେ ଭୁବନେଶ୍ବରେ ଟିକା କରଣ ପାଇଁ ୨୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ଅପରପକ୍ଷେ ଟିକା କମ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିବ। ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ କରାଯିବ। ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

Leave a Reply