ସୁନା ଚୋର ଗିରଫ, ପ୍ରାୟ ୬ ଲକ୍ଷ ଟଙ୍କାର ସୁନା ଜବତ

1 min read

କଟକରୁ ଧରାପଡ଼ିଛନ୍ତି ୪ଜଣ ସୁନା ଚୋର । ସେମାନଙ୍କ ନିକଟରୁ ୧୮୨ ଗ୍ରାମର ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ  । ଏହାସହ ୩ଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଫୋନ ଜବତ କରାଯାଇଛି  । ତେବେ ଏମାନେ ସମସ୍ତେ କଟକର ଏବଂ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୨୫ଟି ଛିନତାଇ ମାମଲା ଥିବା ପୋଲିସ କହିଛି ।

ସୁନାଦର ବଢିବା ସହ ସୁନା ଚୋରି ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଛି । ନିକଟରେ ପୂଜା ପାର୍ବଣର ମାହୋଲ ଚାଲିଥିବା ବେଳେ କମିଶନରେଟ୍ ପୋଲିସର ତନାଘନା ଚାଲିଥିଲା । ସେ ଦୃଷ୍ଟିରୁ ସୁନାଚୋରି କିଛିଟା କମିଥିଲା । ଏବେ ପୁଣିଥରେ ସକ୍ରିୟ ହୋଇଛନ୍ତି ଚୋର । ')}

Leave a Reply