ବିଷବଳୟରେ ସହର, ନିଃଶ୍ୱାସ ନେବା ମନା!

1 min read

ଦିଲ୍ଲୀରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ରହିଛି । ପବନରେ ବିଷାକ୍ତ ବିପଦ, ଲାଗିଛି ଆପାତକାଳ । ପ୍ରଦୂଷଣ ଯୋଗୁ ଲୋକେ ସମସ୍ୟା ଭୋଗୁଛନ୍ତି । ତେଣୁ ଦିଲ୍ଲୀରେ ହେଲ୍‌ଥ ଏମଜେର୍ନ୍‌ସି ଲାଗୁ ହୋଇଛି । ତେବେ କେବଳ ଦିଲ୍ଲୀ ନୁହେଁ, ଏସିଆର ଏମିତି ଅନେକ ସହର ଅଛି, ଯେଉଁଠି ନିଃଶ୍ୱାସରେ ପ୍ରତିଦିନ ବିଷ ନେଉଛନ୍ତି ଲୋକ।

delhi

ପାକିସ୍ତାନର ସବୁଠୁ ପ୍ରଦୂଷିତ ସହର ହେଉଛି ଲାହୋର । ଏଠି ବାୟୁର ଗୁଣବତ୍ତା ସୂଚକାଙ୍କ ଅତି କ୍ଷତିକାରକ ରହିଛି। ପ୍ରଦୂଷଣ ଯୋଗୁ ଲୋକ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଛନ୍ତି। ସେହିପରି କରାଚିରେ ବି ପ୍ରଦୂଷଣର ପ୍ରହାର । ପବନରେ ଜହର ସାଙ୍ଗକୁ ବନ୍ଦର ଓ ମାଛ ବଜାରର ଦୁର୍ଗନ୍ଧ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ।

KARACHI

 

ଉଜ୍‌ବେକିସ୍ତାନର ତାସକେଣ୍ଟରେ ବିଗିଡ଼ିବାରେ ଲାଗିଛି ପବନର ଗୁଣବତ୍ତା। ସ୍ଥିତି ଏମିତି ଯେ, ସମ୍ବେଦନଶୀଳ ଲୋକଙ୍କ ପାଇଁ ନିଃଶ୍ୱାସ ନେବାରେ ସମସ୍ୟା ହେଉଛି। ମଙ୍ଗୋଲିଆର ରାଜଧାନୀ ଉଲାନବଟାରରେ ବି କୁନି ପିଲାଙ୍କ ପାଇଁ ଜହର ସାଜିଛି ପବନ। ୟୁନିସେଫ୍‌ର ସଚେତନତା ଅଭିଯାନ ସହ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି।

ulanbator-mangolia

ଚୀନ୍‌ର ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ଅନ୍ୟତମ ଶେନ୍‌ଝେନ୍‌। କେବେ କେବେ ତ ସେଠି ସ୍ମଗ୍‌ର ଘନତା ଯୋଗୁ ସପ୍ତାହେ ଯାଏଁ ସୂର୍ଯ୍ୟ କିରଣ ପଡ଼େନି। ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ସେଠାରେ ଇଲେକ୍‌ଟ୍ରିକ ବାହନ ଚଳାଚଳକୁ ପ୍ରୋତ୍ସାହନ ଦିଆଯାଉଛି। ଭିଏତ୍‌ନାମର ହୋ ଚି ମିନ୍ନ ସହରରେ ବି ପ୍ରଦୂଷଣ କମାଇବା ପାଇଁ ଇଲେକ୍‌ଟ୍ରିକ ବାହନ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।

shenzhen-china

ଆମ ଦେଶରେ ଦିଲ୍ଲୀ ସମେତ କୋଲକାତା ଓ ମୁମ୍ବାଇ ମହାନଗରୀରେ ବି ପ୍ରଦୂଷଣ ବଡ଼ ସମସ୍ୟା ଭାବେ ଉଭା ହେଉଛି। କୋଲକାତାରେ ପବନର ଗୁଣବତ୍ତା ସ୍ତର ବହୁତ ଖରାପ ରହିଛି। ବ୍ୟାବସାୟିକ ରାଜଧାନୀ ମୁମ୍ବାଇରେ ବି ବିଗୁଡୁଛି ସ୍ଥିତି।… ')}

Leave a Reply