ଟନେଲ ଭିତରେ କେମିତି ଥିଲେ ଶ୍ରମିକ? ଆସିଲା ଫଟୋ, ଶ୍ରମିକ କହିଲେ..

ଉତ୍ତରକାଶୀ: ୧୭ ଦିନର ସଂଘର୍ଷ, ୪୧ ଶ୍ରମିକଙ୍କ ଜୀବନ। ଉତ୍ତରାଖଣ୍ଡରର ଉତ୍ତରକାଶୀରେ ଫସିଥିବା ଶ୍ରମିକମାନେ ଉଦ୍ଧାର ହେବା ପରେ ସବୁଠି ଉତ୍ସାହର ମାହୋଲ। ତେବେ ଶ୍ରମିକମାନେ ଟନେଲ ଭିତରେ କେମିତି ରହିଥିଲେ । ଶକ୍ତିଶାଳି ମେସିନ ଏବଂ ବିଦେଶରୁ ଆସିଥିଲେ ବିଶେଷଜ୍ଞ । ସବୁ ପ୍ରଚେଷ୍ଠା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଶ୍ରମିକ ।  ଏହାର ଫଟୋ ଏବେ ସାମନାକୁ ଆସିଛି । ଟନେଲ ଭିତରରୁ ପାଇପରେ ବୋତଲ ସାହାଯ୍ୟରେ ଖାଦ୍ୟ ପଠା ଯାଉଥିଲା । ତେବେ ଏହି ସବୁ ବୋତଲର ଫଟୋ ରହିଥିବା ଦେଖିବାକୁ ମିଳିଛି । ସେଠାରେ କିଭଳିଭାବେ ରାତି କାଟୁଥିଲେ ଏବଂ ଖାଉଥିଲେ ସେସବୁ ଫଟୋ ମଧ୍ୟ ସାମନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

୧୭ ଦିନ ଧରି ଶ୍ରମିକମାନେ ଫସି ରହିଥିବାବେଳେ ଟନେଲ ବାହାରେ ଉଦ୍ଧାର ପାଇଁ ଚାଲିଥିଲା ଯୋଜନା । ପ୍ରଥମରୁ ବହୁ ଯୋଜନା ଫେଲ ମାରିଥିଲା । ତେବେ ଦେବତାଙ୍କ କୋପରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ବୋଖନାଗ ଦେବତା ଶାନ୍ତ ହେବା ପରେ ଶ୍ରମିକମାନେ ଉଦ୍ଧାର ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏପରିକି ଆଜି ମଧ୍ୟ ଟନେଳ ବାହାରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରମିକଙ୍କ ପରିବାର ଲୋକେ ବେଶ ଚିନ୍ତାରେ ରହିଥିବାବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏପରିକି ସାରା ଭାରତ ବର୍ଷରେ ଏକ ଖୁସି ଖବର ଖେଳି ଯାଇଛି । ମେଡିକାଲରେ ଶ୍ରମିକମାନେ ରହିଥିବାବେଳେ ଆଜି ନିଜ ନିଜ ଘରକୁ ଫେରିବେ ବୋଲି ସୂଚନା ରହିଛି ।