ଆଉ ୪ ଦିନ ପରେ କଲବଲ କରିବ ଖରା, ପଶ୍ଚିମରେ ୪୫ ଡେଇଁପାରେ ପାରା

ଭୁବନେଶ୍ୱର: ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାତି । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ବଢ଼ିବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢିବ । ୨୮ ତାରିଖ ପରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଜି ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷକରି କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ରାୟଗଡା ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୭ ତାରିଖରୁ ତାତି ଫେରିବା ସହ ଅସହ୍ୟ ଗରମରେ ଆଉଟୁପାଉଟୁ ହେବ ଓଡ଼ିଶା ।