spot_img

Latest Posts

‘ବିଗିଡ଼ି ଯାଇଛି ରାଜ୍ଯର ଆଇନ ଶୃଙ୍ଖଳା ସ୍ଥିତି’

ଭୁବନେଶ୍ୱର: ବିଧାନସଭାରେ ଉଠିଲା IPS ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କୁ ନିଲମ୍ବନ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ସରକାର ଆସିବାର ଦୁଇ ମାସ ହେଲା। କିନ୍ତୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲାଣି। ଆଜି ପର୍ଯ୍ୟନ୍ତ ଏ ମାମଲାରେ ଏତଲା ହୋଇନାହିଁ | ଘଟଣା ଲୋକଲୋଚନକୁ ଆସିବା ପରେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତଙ୍କୁ ସସପେଣ୍ଡ କରାଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀ ଯଦି ଏମିତି କରିବେ, ରାତିରେ ମହିଳା ଆଇଆଇସିଙ୍କ ଘରକୁ ଯାଇ ଖରାପ ବ୍ୟବହାର କରିବେ, ତେବେ ଲୋକେ କେମିତି ନିଜକୁ ସୁରକ୍ଷିତ ଭାବିବେ। ସଂପୃକ୍ତ IPSଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ମଧ୍ଯ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ମଙ୍ଗଳବାର ଦିନ ରାଜ୍ଯ ସରକାର ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ନିଲମ୍ବନ କରିଥିଲେ। କ୍ଯାପିଟାଲ ଥାନା ଅଧୀନରେ ଗତ ୨୭ ତାରିଖରେ ହୋଇଥିବା ଏକ ଘଟଣା ପାଇଁ ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇଥିବା ଗୃହ ବିଭାଗର ନିର୍ଦ୍ଦେଶନାମାରେ କୁହାଯାଇଥିଲା।

Latest Posts

Don't Miss