5T ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଛନ୍ତି ରାଜ୍ୟ ସରକାର

1 min read

ଭୁବନେଶ୍ୱର : ପକ୍କା ହେଲା ମେଟ୍ରୋ ସ୍ବପ୍ନ । ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଉଜ୍ଜୀବିତ ହୋଇଛି ଆଶା । ଅତିରିକ୍ତ ବଜେଟରେ ମେଟ୍ରୋ ରେଳ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ଫଳରେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକ ମେଟ୍ରୋ ଟ୍ରେନ ଗଡ଼ିବା ଆଶା ଆଉ ପାଦେ ଆଗକୁ ବଢିଛି  । ଫାଇଭ-ଟି ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଛନ୍ତି ରାଜ୍ୟ ସରକାର ।   ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏ ଚାଲିବ ଟ୍ରେନ  । ପରେ ଖୋର୍ଦ୍ଧା ଓ ପୁରୀ ସହରକୁ ଏହାକୁ ସଂପ୍ରସାରିତ କରାଯିବ ।  ୨୬ କିଲୋମିଟରରେ ରହିବ ୨୦ଟି ଷ୍ଟେସନ । ଖର୍ଚ୍ଚ ହେବାକୁ ଥିବା ୬ହଜାର କୋଟି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ।Hyderabad Metro Rail to complete 5 years on November 29-Telangana Today

ଗତ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫାଇଭ-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ରାଜ୍ୟ ସରକାରଙ୍କୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିଛି  ।  ଗାଡ଼ି ଚଳାଚଳ, ଟ୍ରାଫିକ ଦୃଷ୍ଟି କୋଣରୁ ଭୁବନେଶ୍ବ-କଟକ ରାସ୍ତା ଜାମ୍ ରହୁଥିବା ବେଳେ ବିକଳ୍ପ ରାସ୍ତା ଭାବେ ରିଙ୍ଗ ରୋଡ଼ ପ୍ରସ୍ତୁତ ହୋଇଛି । ଗମନାଗମନକୁ ନବୀନ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟର ପ୍ରଥମ ରେଳ ପ୍ରକଳ୍ପ ଉପରେ ସହରବାସୀଙ୍କ ନଜର ରହିଛି ।