spot_img

Latest Posts

ଆଗେଇ ଚାଲିଛି ରଥ ନିର୍ମାଣ, ରଥଖଳାର ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଏସପି

ପୁରୀ: ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ରଥଖଳାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ତିନି ରଥ ପାଇଁ ଚକ ପ୍ରସ୍ତୁତିର ଅୟଆରମ୍ଭ ହୋଇଥିବାବେଳେ ତୁମ୍ଭ କାଠ ଚିରଟ କରାଯାଇଛି । ପ୍ରାଥମିକ ଭାବରେ ୪୨ଟି ତୁମ୍ଭ ନିର୍ମାଣ କରାଯିବ । ତିନି ରଥର ତୁମ୍ଭ କାଠ ଚିରଟ କରାଯାଇ ସୁତା ବାଡ଼ିଆ ଯିବ । ପରେ ଏଥିରେ ବିନ୍ଧ କରାଯାଇ ଅର ଖଞ୍ଜା ଯାଇ ଚକ ପ୍ରସ୍ତୁତ କରାଯିବ । ମହାରଣା, ଭୋଇ ଓ କରତୀ ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

ତେବେ ଶୁକ୍ରବାର ସୁଦ୍ଧା ତିନି ରଥର ୧୩ଟି ତୁମ୍ବ ଗୋଲେଇ ତିଆରି କରିଛନ୍ତି ବିଶ୍ୱକର୍ମା କରତି ସେବକମାନେ ୨୦ଟି ତୁମ୍ବ ଗଡ଼ କାଟିଛନ୍ତି ଭୋଇ ସେବକମାନେ ତାଳଧ୍ୱଜ ଚାଳିକୁ ୮ଟି, ନନ୍ଦିଘୋଷ ଚାଳିକୁ ୭ଟି ଦେବୀ ରଥ ଚାଳିକୁ ୫ଟି ତୁମ୍ବ କାଠ ଦେଇଥିଲେ କାର୍ଯ୍ୟ ଶେଷ ବେଳକୁ ତାଳଧ୍ୱଜ ଦେବୀ ରଥର ୪ଟି ଲେଖାଁଏ ନନ୍ଦିଘୋଷର ୫ଟି ତୁମ୍ବ ପ୍ରାଥମିକ ଭାବେ ଗୋଲେଇ ସରିଥିବା ଜଣାଯାଇଛି

Latest Posts

Don't Miss