ଖୋଲୁଛି କୋକେନ ସିଣ୍ଡିକେଟର ସିକ୍ରେଟ୍, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା

ଭୁବନେଶ୍ୱର: ଖୋଲୁଛି କୋକେନ୍ ସିଣ୍ଡିକେଟ୍ ଗୁମର । ଭୁବନେଶ୍ବରରୁ କୋକେନ ଜବତ ମାମଲାର ତଦନ୍ତରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ଏଣ୍ଟ୍ରି । କୋକେନ୍ ସିକ୍ରେଟ୍ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି । ଏହି ମାମଲାରେ ବାହାର ରାଜ୍ୟ ଲିଙ୍କ ନେଇ ପଚରାଉଚରା କରିଛି ଏନସିବି । ୪ ଦିନିଆ ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି ଏସଟିଏଫ୍ । କୋକେନ୍ ଲିଙ୍କର ଗୁମର ଖୋଜୁଛନ୍ତି ତଦନ୍ତକାରୀ ଅଧିକାରୀ ।

ରାଜଧାନୀରେ କାହା ଜରିଆରେ କୋକେନ ବିକ୍ରି କରୁଥିଲେ? କୋକେନ ସିଣ୍ଡିକେଟରେ ଆଉ କିଏ ରହିଛି ? ପରଦା ପଛରେ କାହାର ରହିଛ ବଡ ହାତ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଏସଟିଏଫ । ଭୁବନେଶ୍ବରରୁ ପ୍ରଥମଥର ପାଇଁ ୨୨୦ ଗ୍ରାମ କୋକେନ ଜବତ ହୋଇଥିଲା । ୨୦୨୩ ହକି ବିଶ୍ବକପକୁ ଟାର୍ଗେଟ୍‌ କରି ଭୁବନେଶ୍ବର ବଜାରରେ କୋକେନ୍‌ ଏଣ୍ଟ୍ରି କରିଥିଲା ଅଭିଯୁକ୍ତ । ୨୦୨୩ ହକି ବିଶ୍ୱକପେ ବିଦେଶୀ ଖେଳାଳୀ ଓ ଦର୍ଶକଙ୍କୁ ଟାର୍ଗେଟ କରି ରାଜଧାନୀରେ କୋକେନ କାୟା ବିସ୍ତାର କରିଥିଲେ ଏହି ଦୁଇ ଅଭିଯୁକ୍ତ । ତେବେ ରବି ମୋବାଇଲରେ ଏକାଧିକ ବିଦେଶୀ ନମ୍ବର ଥିବା ବେଳେ ଉଭୟଙ୍କ ମୋବାଇଲ କଲ ଡିଟେଲ୍ସ ଯାଞ୍ଚ କରୁଛି ଏସଟିଏଫ।