spot_img

Latest Posts

୨୦ ଜଣ ଛାତ୍ର ଓ ଶିକ୍ଷକ କରୋନା ସଂକ୍ରମିତ ହେବା ପରେ ସପ୍ତାହେ ପାଇଁ ବନ୍ଦ ରହିଲା ସ୍କୁଲ

ଢ଼େଙ୍କାନାଳ: ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ପରେ ସପ୍ତାହେ ପାଇଁ ବନ୍ଦ ରହିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ। ସପ୍ତାହେ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ। ବିଦ୍ୟାଳୟରେ ପ୍ରଥମ ଦିନ ୧୯୭ ଜଣ ଏବଂ ଦ୍ୱିତୀୟ ଦିନ ୧୪୭ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା। ଏମାନଙ୍କ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ଏବଂ କର୍ମଚାରୀ ରହିଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ହଷ୍ଟେଲକୁ ସପ୍ତାହେ ପାଇଁ ବନ୍ଦ କରିଦିଆଯାଇଛି। କାମାକ୍ଷାନଗର ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହ, ହଷ୍ଟେଲ ଓ ଅଫିସକୁ ବିଶୋଧନ କରିଛନ୍ତି।

ସେହିପରି ବରଗଡ଼ର ଏକ ଘରୋଇ ବିଦ୍ୟାଳୟର ହଷ୍ଟେଲରେ ପିଲା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ଦିନରେ ୧୯ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ କୁମାର ପାତ୍ର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯିବା ସହ ଟେଷ୍ଟିଂ ବୃଦ୍ଧି କରାଯାଇଛି।

Latest Posts

Don't Miss