ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର

ସୋନପୁର: ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନଙ୍କ ବିରୋଧରେ । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ପୀଡ଼ିତା ରଞ୍ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପରେ ଜିଲ୍ଲାର ସୁବଳୟା ପୋଲିସ ରଞ୍ଜିତକୁ ସୁବର୍ଣ୍ଣପୁରରୁ ଉଠାଇଆଣି ଜେଲ ହାଜତକୁ ପଠାଇ ଦେଇଛି । ଏହା ପୂର୍ବରୁ ଡ୍ରାଇଭର ରଞ୍ଜିତ ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ । କିଛିମାସ ତଳେ ରଞ୍ଜିତ ପ୍ରଧାନଙ୍କର ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା ।