୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ରାଶି

1 min read

ଭୁବନେଶ୍ୱର: ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ରାଶି। ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଲା ବୀମା ରାଶି । ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ହୋଇଥିବାରୁ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି କରିବାକୁ ବାରମ୍ବାର ଦାବି କରିଆସୁଥିଲେ ବିଧାୟକ। ଏନେଇ ଏହି ରାଶି ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବା ପ୍ରସ୍ତାବ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା। ଏହି ପ୍ରସ୍ତାବକୁ ରାଜ୍ୟସରକାରଙ୍କ ଅର୍ଥ ବିଭାଗର ସହମତି ପରେ ସ୍ୱାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବାଚସ୍ପତି। ଫଳରେ ୭୭୪ ଜଣ ପୂର୍ବତନ ଓ ବର୍ତ୍ତମାନର ବିଧାୟକ ଓ ସେମାନଙ୍କ ପତି-ପତ୍ନୀ ସ୍ବାସ୍ଥ୍ୟବୀମା ରାଶି ବୃଦ୍ଧିର ଲାଭ ପାଇପାରିବେ।