spot_img

Latest Posts

ଆତ୍ମାହୁତି ଉଦ୍ୟମ ପରେ ପୁନଃନିଯୁକ୍ତି ପାଇଲେ ଅତିଥି ଅଧ୍ୟାପକ

ଗଞ୍ଜାମ: ଆତ୍ମାହୁତି ଉଦ୍ୟମ ପରେ ପୁନଃନିଯୁକ୍ତି ପାଇଲେ ଅତିଥି ଅଧ୍ୟାପକ। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଏପରି ଘଟଣା ଘଟିଛି। ଚାକିରି ହରାଇଥିବା ଅର୍ଥନୀତି ବିଭାଗ ଅତିଥି ଅଧ୍ୟାପକ ଡକ୍ଟର ବିଭୂତି ଭୂଷଣ ପାତ୍ର ଗତକାଲି ଆତ୍ମାହୁତି ଉଦ୍ୟମ କରିଥିଲେ। ରେଜିଷ୍ଟ୍ରାର ଏବଂ ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ନେଇଥିଲେ। ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କମିଟିର ନିଷ୍ପତ୍ତି ପ୍ରକାରେ ତାଙ୍କୁ ପୁନଃନିଯୁକ୍ତି ଦିଆଯାଇଥିବା କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କହିଛନ୍ତି।

ପୁର୍ବରୁ ପାଠ ପଢ଼ାକୁ ନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଚାକିରିରୁ ଅନ୍ତର କରାଯାଇଥିଲା। ୨୦୧୫ରୁ ୫ବର୍ଷ ଧରି ଅତିଥି ଅଧ୍ୟାପକ ଭାବେ ଅର୍ଥନୀତି ବିଭାଗର ଡକ୍ଟର ବିଭୂତି ଭୂଷଣ ପାତ୍ର କାର୍ଯ୍ୟ କରି ଆସୁଥିଲେ। ୨୦୨୧ ଜାନୁଆରୀ ମାସରେ ତାଙ୍କ ନାରେ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ଏହା ପରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା।

ତାଙ୍କୁ ପୁଣି ନିଯୁକ୍ତି ଦିଆଯାଇଛି। ତେବେ ଆତ୍ମାହୁତି ଉଦ୍ୟମ ନେଇ ପୋଲିସ ଖବର ପାଇ ଘଟଣାସ୍ଥଳକୁ ଆସି ବିଭୂତିଙ୍କୁ ଥାନାକୁ ନେଇ ପଚରାଉଚରା କରିଛି ଓ ଏକ ମାମଲା ରୁଜୁ କରିବା ସହ ନୋଟିସ କରି ଛାଡ଼ିଛି।

Latest Posts

Don't Miss