ନବ ଦାସଙ୍କ ହତ୍ୟା ମାମଲା ; କ୍ରାଇମ ସ୍ପଟରେ କ୍ରାଇମବ୍ରାଞ୍ଚର ଛାନଭିନ୍
1 min read
ଭୁବନେଶ୍ବର : ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା ମାମଲାରେ ଆଜି କ୍ରାଇମସ୍ପଟରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚର ଫରନେସିକ ଟିମ । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏ଼ଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଚାଲିଛି ଛାନବିନ୍ ।
ସେପଟେ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ା ସବଜେଲରେ ଅଛି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ତାକୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ JMFC କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ ସରକାରୀ ଓକିଲ କହିଛନ୍ତି, ଗୋପାଳର ଜାମିନ ଆବେଦନକୁ ବିରୋଧ କରାଯାଇଛି । ଏ ନେଇ ଏକ ପିଟିସନ କୋର୍ଟରେ ଦାୟର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବି ପ୍ରକାଶ ମହାନ୍ତି ।