ଚନ୍ଦକା ଜଙ୍ଗଲରୁ ଆଠଗଡ଼ ଫେରିଲା ଗୋଟିକିଆ ଦନ୍ତା ହାତୀ ’ବାହୁବଳୀ’

ଆଠଗଡ଼: ଚନ୍ଦକା ଜଙ୍ଗଲରୁ ଆଠଗଡ଼ ଫେରିଲା ଗୋଟିକିଆ ଦନ୍ତା ହାତୀ ବାହୁବଳୀ । ବାଙ୍କୀ ଡ଼ମପଡ଼ା ବ୍ଲକ ଭଗିପୁର, ବାଆଁରା, ପାଥପୁର ଆଦି ଅଞ୍ଚଳରେ ଆତଙ୍କ ଖେଳାଇଥିବା ବାହୁବଳୀ ନାମକ ଏକ ଜଙ୍ଗଲୀ ଦନ୍ତା ହାତୀ ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ ଆଠଗଡ଼ ଜଙ୍ଗଲକୁ ଚାଲିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଚନ୍ଦକା ଜଙ୍ଗଲରୁ ଗୋଟିକିଆ ଦନ୍ତା ହାତୀଟି ଆସି ପ୍ରଥମେ ଭଗିପୁର ଗାଁ ନିକଟରେ ଉପଦ୍ରବ କରିଥିଲା । ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳାଇବା ସହିତ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ । ଡମପଡା ବନ ବିଭାଗର ଭଗିପୁର ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ହାତୀ ଘଉଡେଇବାକୁ ଉଦ୍ୟମ କରିଥିଲେ । ବନ ବିଭାଗର ପ୍ରାୟ ୫ ଘଣ୍ଟାର ପ୍ରାଣମୂର୍ଚ୍ଚା ଉଦ୍ୟମ ପରେ ହାତୀଟି ବିଦ୍ୟାଧରପୁର ଗାଁରୁ ବାହାରି କାଠୋଯୋଡ଼ି ନଦୀ ପାର ହୋଇ କଟକସ୍ଥିତ ବାଲିବନ୍ଧ ଗାଁ  ନିକଟରେ ଥିବା ମହାନଦୀ ପାର ହୋଇ ଆଠଗଡ଼ ଜଙ୍ଗଲକୁ ଚାଲିଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।