ଦିଲ୍ଲୀ ସରକାର ବୃଦ୍ଧି କଲା ଶ୍ରମିକଙ୍କ ବେତନ ରାଶି

ଦିଲ୍ଲୀ : ଦିଲ୍ଲୀ ସରକାରଙ୍କର ବଡ଼ ଘୋଷଣା । ଅକୁଶଳ, ଅର୍ଦ୍ଧକୁଶଳ, କୁଶଳ ଶ୍ରମିକଙ୍କୁ ନ୍ୟୁନତମ ବେତନ ରାଶି ବଢ଼ିବା ନେଇ ଘୋଷଣା କଲେ ଦିଲ୍ଲୀ ସରକାର । କରୋନା କାଳରେ ସମସ୍ତେ ଅର୍ଥନୈତିକ ଅଭାବର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଅକୁଶଳ ଶ୍ରମିକଙ୍କ ମାସିକ ବେତନ ୧୫ ହଜାର ୯ ଶହ ୮ ଟଙ୍କାରୁ ବଢ଼ି ୧୬ ହଜାର ୧୪ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳ ଶ୍ରମିକଙ୍କର ୧୭ ହଜାର ୫ ଶହ ୩୭ ଟଙ୍କାରୁ ୧୭ ହଜାର ୬ ଶହ ୯୩ ଟଙ୍କା ସେହିଭଳି କୁଶଳ ଶ୍ରମିକଙ୍କ ମାସିକ ବେତନ ୧୯ ହଜାର ୨ ଶହ ୯୧ ଟଙ୍କାରୁ ୧୯ ହଜାର ୭ ଶହ ୭୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀ ସରକାର ଗତକାଲି ଏହି ନିଷ୍ପତ୍ତି ନେଇଥିବା ବେଳେ ଏହା ଡିସେମ୍ୱର ୧ରୁ ଲାଗୁ କରାଯିବ ।

ଏହି ରାଜ୍ୟମାନଙ୍କରେ ବି ବଢ଼ିପାରେ ବେତନ ରାଶି :

ଦିଲ୍ଲୀ ସରକାର ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରିଥିବା ବେଳେ ଖୁବ୍ ଶୀଘ୍ର ଉତ୍ତରପ୍ରଦେଶ, ହରିୟାଣା ସରକାରଙ୍କୁ ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରିବାକୁ ପଡ଼ିପାରେ । ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ଏହି କାରଣରୁ ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରାଯାଇପାରେ । ଉତ୍ତରପ୍ରଦେଶରେ ନ୍ୟୁନସମ ବେତନ ରାଶି ବଢ଼ିଲେ ହରିୟାଣାରେ ମଧ୍ୟ ଏହା ଲାଗୁ ହେବାର ସମ୍ଭାବନା ରହିଛି ।

Leave a Reply