ନବ ଦାସଙ୍କୁ ହତ୍ୟା ମାମଲା, ବ୍ରହ୍ମପୁର ବସଷ୍ଟାଣ୍ଡରେ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ବ୍ରହ୍ମପୁର ବସଷ୍ଟାଣ୍ଡରେ ଛାନଭିନ୍ କରୁଛି । ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍ ତିନୋଟି ବସର ୯ ଜଣ କର୍ମଚାରୀଙ୍କୁ ଜେରା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କୁହାଯାଉଥିବାବେଳେ, ପରିବାର ଲୋକ ବ୍ରହ୍ମପୁରଠାରୁ ଝାରସୁଗୁଡ଼ା, ଏବଂ ବ୍ରହ୍ମପୁରଠାରୁ ବନ୍ଧମାଲ ଯାଉଥିବା ୪ଟି ବସରେ ମେଡିସିନ ପଠାଉଥିବା କହିଥିଲେ । ଏହାକୁ ଆଧାର କରି ବସ୍ ଡ୍ରାଇଭର ହେଲ୍ପର ସମେତ ୯ ଜଣଙ୍କୁ ସତ୍ୟତା ପଚରାଯାଇଛି । କ୍ରାଇମ ଡିଏସପିଙ୍କ ନେତୃତ୍ବରେ ଏକ ଟିମ୍ ପଚରା ଉଚରା କରୁଛି ।