କାନପୁର ଜଳସେଚନ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ

1 min read

କେନ୍ଦୁଝର: ଆଜି କେନ୍ଦୁଝର ଗସ୍ତରେ ଯାଉଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । କେନ୍ଦୁଝର ଯୋଡ଼ା ବ୍ଲକ ବାସୁଦେବପୁର ନିକଟ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଫାଇଭ-ଟି ସଚିବ ଭି.କି. ପାଣ୍ଡିଆନ ।

ଆଜି ସକାଳ ୯ଟା ୫ରେ ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ସଡ଼କ ପଥରେ ନିର୍ମାଣାଧୀନ କାନପୁର ଡ୍ୟାମ୍ ଅଞ୍ଚଳକୁ ଯିବେ। ସେଠାରେ ୨ ହଜାର ୪୩୮ କୋଟି ଟଙ୍କାର ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଓ ଅନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି ।