ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ହେବେ ସମ୍ମାନିତ

ଭୁବନେଶ୍ୱର: ମୁମ୍ବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ପ୍ରଶଂସା ସାଉଣ୍ଟିଛନ୍ତି ରାଜ୍ୟ ସରକାର । ନିକଟରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମକୁ ମାତ୍ର ବର୍ଷକରେ ନିର୍ମାଣ କରି ରେକର୍ଡ କରିଥିଲେ ରାଜ୍ୟ ସରକାର । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏକା ସାଙ୍ଗରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି ।

ଏସବୁ କ୍ଷେତ୍ରରେ ରାଜ୍ୟର ଗୌରବ ଦୁଇ ଗୁଣା ହୋଇଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅବଦାନ ଆଜି ବିଶ୍ବବିଦିତ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ । ଏହାସହ ମୁମ୍ବାଇରେ କିଛି ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।