ସିସୋର ଚିଟ୍ଫଣ୍ଡ ଠକେଇ ମାମଲା: ୮ଟି ସ୍ଥାନରେ ଚଢ଼ାଉ, ୨ ଅତିରିକ୍ତ ଚାର୍ଜସିଟ୍ ଦାଖଲ
1 min read
ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲା । ୮ଟି ସ୍ଥାନରେ ସିବିଆଇର ଚଢାଉ । ଭୁବନେଶ୍ୱର,କଟକ ଓ ଥାନାରେ ଚଢ଼ାଉ । ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ଚଢାଉ ହୋଇଥିବାବେଳେ ତତକାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ରବି ନନ୍ଦଙ୍କ ଘରେ ଚଢାଉ ହୋଇଛି । ସେହିଭଳି ସ୍ୱାଗତିକ ଇନ୍ ଫ୍ରା ଲିମିଟେଡର ପ୍ରଶାନ୍ତ ପଟ୍ଟନାୟକଙ୍କ ଘରେ ରେଡ ହୋଇଛି । ଆଭେନ୍ୟୁ ଆସୋସିଏଟ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ବିଷ୍ଣୁ ମିଶ୍ରଙ୍କ ଘରେ ରେଡ କରିଛି ସିବିଆଇ । ଅପରପକ୍ଷରେ ଚିଟ ଫଣ୍ଡ ମାମଲା ନେଇ CBI ପକ୍ଷରୁ ଚାର୍ଜସିଟ ଦାଖଲ ହୋଇଛି । ଭିନ୍ନଭିନ୍ନ ମାମଲାରେ ୨ଟି ଅତିରକ୍ତ ମାମଲା ଦାଖଲ କରିଛି CBI । ପ୍ରଥମ ମାମଲାରେ CBI ପକ୍ଷରୁ ୨୫ ଜଣଙ୍କ ନାମରେ ମାମଲା ରହିଛି । ଦିଲ୍ଲୀର ଏକ ଘରୋଇ କମ୍ପାନୀ ସହ ଶଖା କମ୍ପାନୀଗୁଡିକ ନାମରେ ମାମଲା ରହିଥିବାବେଳେ ଦ୍ୱିତୀୟ ମାମଲାରେ ଦିଲ୍ଲୀ ପଶ୍ଚିମ ବିହାରର ଏକ କମ୍ପାନୀ ନାମରେ ମାମଲା ରହିଛି । ଘରୋଇ କମ୍ପାନୀ MDଙ୍କ ସହ ଅନ୍ୟ ୨ଜଣଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି ।
ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ଲେନିନ୍: କହିଲେ, ନିର୍ବାଚନ ପୂର୍ବରୁ ରେଡ୍ କରୁଛି ସିବିଆଇ