ରେଳ ଧାରଣାରୁ ମିଳିଲା ମା’ ଝିଅଙ୍କ ମୃତଦେହ, ସ୍ୱାମୀ ଫେରାର

DeadBody

ଟାଙ୍ଗୀ: ଟାଙ୍ଗୀ ଥାନା ଉଜୁଡା ଅଭିମାନପୁର ଗ୍ରାମରେ ଅଘଟଣ । ରେଳ ଧାରଣାରୁ ମିଳିଲା ମା ଓ ଝିଅଙ୍କ ମୃତ ଶରୀର । ଦୁହିଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗଡିଶା ଗୋଦା ଥାନା ଦେଇପୁର ଗ୍ରାମର ୨୫ ବର୍ଷୀୟା ଝରଣା ସ୍ୱାଇଁ, ଅଭିମାନପୁର ନିବାସୀ ପ୍ରମୋଦ ସ୍ୱାଇଁଙ୍କ ସହ ଗତ ୨ ବର୍ଷ ତଳେ ବିବାହ କରିଥିଲା । ବିବାହର ୫ ମାସ ପରେ ଝରଣାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା ।

DeadBody

ତେବେ ପୂର୍ବରୁ ଅନେକ ଥର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବାରୁ ସେମାନଙ୍କ ମଧ୍ୟରେ ମୀମାଂସା କରାଯାଇଥିଲା । ସକାଳୁ ଝରଣା ଓ ୧୦ ମାସର ଝିଅର ଶବ ତାଙ୍କ ଘର ନିକଟସ୍ଥ ରେଳ ଧାରଣାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପୋଲିସକୁ ଖବର ଦେବା ପରେ ପରିବାର ଲୋକ ମୃତଦେହକୁ ଉଦ୍ଧାର କରି ଖଳାବାଡ଼ିକୁ ଆଣିଥିଲେ । ଖବରପାଇ ଭୂଷଣ୍ଡପୁର ପୋଲିସ୍ ଶବ ୨ଟିକୁ ଉଦ୍ଧାର କରି ତଦନ୍ତ ‍ଆରମ୍ଭ କରିଛି । ତେବେ ଘଟଣା ପରେ ସ୍ୱାମୀ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Leave a Reply