ଉମରକୋଟରେ ଅଘଟଣ, ଗୋଟିଏ ଗଛରେ ଝୁଲୁଛି ତିନି ଯୁବତୀଙ୍କ ମୃତ ଦେହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଗଛରେ ତିନି ଯୁବତୀଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି । ତିନି ଯୁବତୀଙ୍କ ପରିଚୟ ପାଇଛନ୍ତି ଗାଁ ଲୋକେ । ତିନି ଯୁବତୀ ତିନି ସାଙ୍ଗ ବୋଲି ଜଣାପଡିଛି । ତେବେ ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ବିବାହିତ ଥିବା ସୂଚନା ମିଳିଛି । ତିନି ଯୁବତୀ ହେଲେ ହେମଲତା ଗୌଡ଼, କୌଶଲ୍ୟା ମାଝୀ, ଫୁଲମତି ମାଝୀ । ସମସ୍ତେ ତୋହରା ଗାଁର ବୋଲି ଜଣାପଡ଼ିଛି । ତିନି ଜଣ ସାଙ୍ଗ ନିଜ ନିଜ ଓଢ଼ଣୀରେ ଗୋଟିଏ କୁସୁମ ଗଛରେ ଝୁଲିଥିବା ଦେଖିବାକୁ ମିଳିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତା’ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।