ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡ

କଟକ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ । ଏହାସହ ୧୬ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ । ଜରିମାନା ଅନାଦେୟ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ଆଠଗଡ ଥାନା ଅଞ୍ଚଳର ୩୮ ବର୍ଷୀୟ ସୁଶାନ୍ତ ନାୟକ ।

୨୦୧୭ ଡିସେମ୍ବର ୨୫ରେ ନାବାଳିକା ଜଣକ ଘର ପାଖ ବିଲରେ ଶୌଚ ପାଇଁ ଯାଉଥିବା ସମୟରେ ଅଭିଯୁକ୍ତ ତାକୁ ଟେକି ଜଙ୍ଗଲକୁ ନେଇଯାଇଥିଲା । ଏ ନେଇ ପୀଡ଼ିତା ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୮ ଜଣ ସାକ୍ଷୀ ୨୧ ଟି ଡକ୍ୟୁମେଣ୍ଟ ଆଧାରରେ ମାମଲାର ଶୁଣାଣୀ କରି କୋର୍ଟ ଦଣ୍ଡାଦେଶ ଦେଇଥିବା ସ୍ପେଶାଲ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତିଙ୍କ ସୂଚନା ଦେଇଛନ୍ତି ।