ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ମଧ୍ୟରାତ୍ରରୁ ଶାଶୂଘର ଛାଡି ବାପଘରକୁ ଯିବେ ମାଆ

ବ୍ରହ୍ମପୁର: ଆଜିଠାରୁ ଆରମ୍ଭ ହେବ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ପ୍ରସିଦ୍ଧ ଦ୍ୱିବାର୍ଷିକ ଯାତ୍ରା । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ମା’ ଆଜି ମଧ୍ୟରାତ୍ରରେ ଶାଶୂଘର ଛାଡି ବାପଘରକୁ ଆସିବେ। ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ମା’ଙ୍କ ଯାତ୍ରା । ସାମାଜିକ ଦୂରତା ଓ ଅଳ୍ପ ଶ୍ରଦ୍ଧାଳୁଙ୍କ ଭିତରେ ମା’ଙ୍କୁ ମୁଖ୍ୟ ମନ୍ଦିରରୁ ଅଣାଯିବ ଦେଶୀବେହେରାଙ୍କ ସାହିକୁ । ଏ ନେଇ ବାପଘର ଲୋକ ବେଶ ଚଳଚଞ୍ଚଳ ହୋଇଥିବା ବେଳେ ବ୍ରହ୍ମପୁରବାସୀ ଉତ୍ସାହିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯାତ୍ରା ପାଇଁ ୭ ଦିନ ଲାଗି ଅନୁମତି ପ୍ରଦାନ କରିଛି ବ୍ରହ୍ମପୁର ମହାନଗର ନିଗମ । କରୋନା କଟକଣା ମଧ୍ୟରେ ହେବ ଯାତ୍ରା ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ହୋଇ ସାରିଛି ।

Leave a Reply